ପୁଣି ବାତିଲ ହେଲା ଅମରନାଥ ଯାତ୍ରା
ଶ୍ରୀନଗର: ଖରାପ ପାଗ ଯୋଗୁଁ ପୁଣିଥରେ ଅମରନାଥ ଯାତ୍ରାକୁ ବାତିଲ କରାଯାଇଛି । ଉଭୟ ପହଲଗାମ ଓ ବାଲତଲ ମାର୍ଗ ଦେଇ ନୂଆ ବ୍ୟାଚକୁ ଯିବାକୁ ଅନୁମତି ଦିଆଯାଇ ନାହିଁ । ଏହାପୂର୍ବରୁ ବାଦଲଫଟା ବର୍ଷା ଜନିତ ଅଘଟଣ ପରେ ଦୁଇଟି ବେସ୍ କ୍ୟାମ୍ପରୁ ଅମରନାଥ ଯାତ୍ରାକୁ ବାତିଲ୍ କରାଯାଇଥିଲା ।
ଗତ ଶୁକ୍ରବାର ଅମରନାଥ ଗୁମ୍ଫା ନିକଟରେ ବାଦଲଫଟା ବର୍ଷା ହୋଇ ବଡଧରଣର ଅଘଟଣ ଘଟିଥିଲା । ବର୍ଷା ପରେ ଅଚାନକ ବନ୍ୟା ଆସିବାରୁ ପ୍ରାୟ ୧୬ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୪୦ ଜଣ ନିଖୋଜ ହୋଇଯାଇଥିଲେ । ଏହାପରେ ଯାତ୍ରାକୁ ସାମୟିକ ସ୍ଥଗିତ ରଖାଯାଇଥିଲା । ସୋମବାର ଠାରୁ ପୁଣି ଅମରନାଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ପୁନର୍ବାର ଖରାପ ପାଗ ଯୋଗୁଁ ଏହାକୁ ବାତିଲ୍ କରାଯାଇଛି । ପ୍ରକାଶଥାଉ କି, ଗତ ଜୁନ ୩୦ରୁ ୪୩ ଦିନିଆ ଅମରନାଥ ଯାତ୍ରା ପାଇଁ ଅନୁମତି ମିଳିଥିଲା ।୪୩ ଦିନ ବ୍ୟାପୀ ଏହି ଯାତ୍ରାରେ ଅମରନାଥ ଗୁମ୍ଫାରେ ପ୍ରଭୁ ମହାଦେବଙ୍କର ଆର୍ବିଭାବ ହେଉଥିବା ବରଫ ସ୍ବରୂପକୁ ଦର୍ଶନ କରିବା ପାଇଁ ଦେଶବ୍ୟାପୀ ଶ୍ରଦ୍ଧାଳୁମାନେ ଯାତ୍ରା କରିଥାନ୍ତି । ଅମରନାଥ ଯାତ୍ରା ପାଇଁ ଦୁଇଟି ବେସ୍ କ୍ୟାମ୍ପରୁ ଅନୁମତି ନେବାକୁ ପଡେ ।
Comments are closed.