ଅମରନାଥ ଯାତ୍ରାରେ ବ୍ୟାଘାତ ସୃଷ୍ଟି କରିଛି ବର୍ଷା
ଜମ୍ମୁ ଓ କଶ୍ମୀରସ୍ଥିତ ପବିତ୍ର ଅମରନାଥ ଗୁମ୍ଫା ନିକଟରେ ଆଜି ବାଦଲ ଫଟା ବର୍ଷା ହୋଇଥିବା ନେଇ ସୂଚନା ମିଳିଛି । ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଜଣାଯାଇଛି । ଏହା ବାଦ କିଛି ଲୋକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି । କିଛି ତୀର୍ଥଯାତ୍ରୀ ଶିବିର ମଧ୍ୟ ଭାସିଯାଇଥିବା ନେଇ ରିପୋର୍ଟ ଆସିଛି ।
ସୂଚନା ମୁତାବକ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୫ଟା ସମୟରେ ଏଠାରେ ବାଦଲ ଫାଟିଥିଲା । ଏହାପରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇଥିଲା। ବର୍ଷା ବନ୍ଦ ହେବା ପରେ ଆଇଟିବିପି ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି।
ସୂଚନା ଦେଇ ରଖୁଛୁକି ୪୩ ଦିନିଆ ବାର୍ଷିକ ଅମରନାଥ ଯାତ୍ରା ଚଳିତ ବର୍ଷ ଜୁନ୍ ୩୦ ତାରିଖରୁ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ଶ୍ରଦ୍ଧାଳୁ ଅନରନାଥ ଗୁମ୍ପାରେ ପ୍ରାର୍ଥନା କରି ସାରିଛନ୍ତି ।
Comments are closed.