ସବୁବେଳେ ଫୂର୍ତ୍ତି ରୁହନ୍ତୁ
ମଣିଷ ଏତେ ଟେନସନରେ ରହୁଛି ନିଜ କଥା ବୁଝିବା ପାଇଁ ମଧ୍ୟ ସମୟ ନାହିଁ । କିନ୍ତୁ ଏତେ ଟେନସନରେ ନିଜକୁ ସମୟ ଦେଇ ଫିଟ ରହିଲେ ହିଁ ଆମେ ଆଗକୁ ବଢ଼ିପାରିବା । ଯେ କୌଣସି କାମ ହେଉନା କାହିଁକି, ତାକୁ କରିବା ପାଇଁ ଯଦି ଆପଣ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସବୁବେଳେ ପ୍ରସ୍ତୁତ ରହୁଛନ୍ତି, ତା’ହେଲେ ତାକୁ ହିଁ କୁହାଯାଇଥାଏ ଫୂର୍ତ୍ତି ବା ଆକ୍ଟିଭନେସ୍ ।
ଯେଉଁ ବ୍ୟକ୍ତି ଜୀବନରେ ଯେତେ ଫୂର୍ତ୍ତି ଥାନ୍ତି, ତାଙ୍କୁ ସଫଳତା ସେହି ମାତ୍ରାରେ ହିଁ ମିଳିଥାଏ । ତେଣିକି ସେ ପାଠପଢ଼ା ହେଉ ଅବା ଖେଳକୁଦ କିମ୍ବା କ୍ୟାରିୟର । ତେବେ ଏହି ଫୂର୍ତ୍ତିପଣକୁ ବଢ଼ାଇବା ପାଇଁ ସେମିତି କିଛି ବଡ଼ କାମ କରିବା ଆବଶ୍ୟକ ନାହିଁ । ବାସ୍ କେତୋଟି ସହଜ ଉପାୟ ଆପଣେଇ ମଧ୍ୟ ନିଜକୁ ଫିଟ୍ ରଖିବା ସହ ମନ ଭିତରେ ଆକ୍ଟିଭନେସକୁ ବଢ଼ାଯାଇପାରିବ ।
– ଯେମିତି କି ଠିକ୍ ସମୟରେ ଭୋଜନ କରିବା ସହ ପର୍ଯ୍ୟାପ୍ତ ପାଣି ପିଇବେ । ରାତିରେ ଅନ୍ତତଃ ୮ ଘଣ୍ଟା ଶୋଇବେ ।
– ପ୍ରତିଦିନ ବ୍ୟାୟାମ କଲେ ମଧ୍ୟ ଶରୀର ଫୂର୍ତ୍ତି ରହିଥାଏ । କାରଣ ଏହାଦ୍ୱାରା ଶରୀରରେ ଥିବା ଚର୍ବି ଅଂଶ କମିବା ସହ ରକ୍ତ ସଞ୍ଚାଳନ ଠିକରେ ହୋଇଥାଏ । ଆବଶ୍ୟକ ହେଲେ କିଛି ସମୟ ଆଉଟଡୋର୍ ଗେମ ବି ଖେଳିପାରିବେ, ଏହା ବି ମସ୍ତିଷ୍କ ଉପରେ ଭଲ ପ୍ରଭାବ ପକାଇଥାଏ ।
– ଏଥିସହିତ ନିଶାସେବନଠାରୁ ନିଜକୁ ଯେତେସମ୍ଭବ ଦୂରେଇ ରଖିବା ସହ ଚିନ୍ତାମୁକ୍ତ ରହିଲେ ଶାରୀରିକ ଓ ମାନସିକ ସ୍ତରରେ ଆପଣ ସେତେ ଦୃଢ଼ ହୋଇପାରିବେ ଆଉ ଫୂର୍ତ୍ତି ଅନୁଭବ କରିପାରିବେ ।
Comments are closed.