ପୁଣି ବିଜେପିକୁ ଟାର୍ଗେଟ କଲେ ଅଖିଳେଶ ଯାଦବ

ଲକ୍ଷ୍ନୌ : ଉତ୍ତରପ୍ରଦେଶର କୁଖ୍ୟାତ ମାଫିଆ ଓ ବାହୁବଳୀ ଅତୀକ୍ ଅହମ୍ମଦର ପୁଅ ଅସଦ ପୁଲିସ ଏନ୍ କାଉଣ୍ଟରରେ ନିହତ ହେବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ସମାଜବାଦୀ ନେତା ଅଖିଳେଶ ଯାଦବ ଏହି ଏନକାଉଣ୍ଟରକୁ ଏକ ମିଛ ଏନକାଉଣ୍ଟର ବୋଲି କହିଛନ୍ତି । ଏହାର ନିରପେକ୍ଷ ତଦନ୍ତ ହେବା ଉଚିତ ବୋଲି ସେ ଦାବି କରିଛନ୍ତି । ଏହା ସହିତ ସେ କହିଛନ୍ତି ଯେ ବିଜେପି ଭାଇଚାରାର ବିରୋଧୀ ।
ଏନକାଉଣ୍ଟର କରି ବିଜେପି ସରକାର ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛନ୍ତି। ବିଜେପି କୋର୍ଟରେ ବିଶ୍ୱାସ କରେ ନାହିଁ। ଆଜିର ଏବଂ ସାମ୍ପ୍ରତିକ ସମୟରେ ହୋଇଥିବା ଅନ୍ୟ ଏନକାଉଣ୍ଟରର ମଧ୍ୟ ନିରପେକ୍ଷ ତଦନ୍ତ କରାଯିବା ଉଚିତ ଏବଂ ଦୋଷୀଙ୍କୁ ଛଡ଼ାଯିବା ଉଚିତ ନୁହେଁ । କ୍ଷମତାର ଠିକ୍ ଓ ଭୁଲ ନିଷ୍ପତ୍ତି ନେବାର ଅଧିକାର ନାହିଁ । ବିଜେପି ଭାଇଚାରା ବିରୋଧୀ ।“

ସେହିପରି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀ ବି ଏହି ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବିଜେପି ଧର୍ମ ନାଁରେ ଏନକାଉଣ୍ଟର କରୁଛି ଓ ଆଇନର ଶାସନକୁ ଦୁର୍ବଳ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ଅସଦର ଏନକାଉଣ୍ଟର ଖବର ଆସିବା ପରେ ଲକ୍ଷ୍ନୌଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବୈଠକ କରି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି । ବୈଠକରେ ଏ ସଂପର୍କିତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଆଗରେ ରଖାଯାଇଥିଲା । ଏହାକୁ ନେଇ ଯୋଗୀ ୟୁପି ପୁଲିସର ଏସଟିଏଫକୁ ପ୍ରସଂଶା କରିଛନ୍ତି ।

Comments are closed.