ଆରପାରିରେ ଆଇଏଲଏସ ନିର୍ଦେଶକ ଡା.ଅଜୟ ପରିଡା
ଭୁବନେଶ୍ୱର: କୋଭିଡ ସମୟରେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରିଥିବା ଆଇଏଲଏଓ ନିଦେ୍ର୍ଧଶକ ଅଜୟ ପରିଡ଼ାଙ୍କ ପରଲୋକ ହୋଇଛି । ଗୌହାଟୀରେ ତାଙ୍କର ପରଲୋକ ହୋଇଥିବା ଆଇଏଲଏସ ସୂତ୍ରରୁ ପ୍ରକାଶ । ସେ ଏକ କନଫରେନ୍ସରେ ଯୋଗଦେବାକୁ ଗୌହାଟୀ ଯାଇଥିଲେ । ମୃତୁ୍ୟ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା ।
କନଫରେନ୍ସରେ ଯୋଗଦେବା ପୂର୍ବରୁ ତାଙ୍କୁ ହୃଦଘାତ ହୋଇଥିଲା । ପରେ ତାଙ୍କୁ ଡାକ୍ତରାଖାନା ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୋଭିଡ ବେଳେ ସାରା ଦେଶ ତାଙ୍କର ଦକ୍ଷତା ଦେଖିଥିଲା । ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଇବା ସହ କ’ଣ ନୂଆ ଭାରିଆଣ୍ଟ ଆଗକୁ ଆସିବ ସେକ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ।
Comments are closed.