ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚିନ୍ତା ବଢ଼ାଇଛି

ନୂଆଦିଲ୍ଲୀ : ଦିନକୁ ଦିନ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି ଏହା ଏକ ବିପଦ ସୃଷ୍ଟି କରିବ । ଅତି ଗୁରୁତର ଶ୍ରେଣୀରେ ଥିବାବେଳେ ଅନ୍ୟ କିଛି ଅଞ୍ଚଳ‌ରେ ବାୟୁର ‌ମାନ ଅତି ଖରାପ୍‌ ଶ୍ରେଣୀରେ ରହିଛି। ଏକ୍ୟୁଆଇ ୫୦ରୁ କମ୍‌ ରହିବା ଏବେ ଦିଲ୍ଲୀବାସୀଙ୍କ ପାଇଁ ସ୍ବପ୍ନ ପାଲଟିଯାଇଥିବା ବେଳେ ଗତ ୨୪ ଘଣ୍ଟାରେ ହାରାହାରି ସୂଚକାଙ୍କ ୨୬୨ ରହିଛି। ଦିଲ୍ଲୀରେ ବାୟୁର ମାନ ଅତି ଖରାପ ଥିବା ବେଳେ ଆଗକୁ ଏହା ସାଂଘାତିକ ରୂପ ନେବାକୁ ଯାଉଛି।

ଇତି ମଧ୍ୟରେ ଦିଲ୍ଲୀ ବାୟୁ ପ୍ରଦୂଷଣ ପାଇଁ ଡାକ୍ତରମାନେ ଚିନ୍ତା ପ୍ରକଟ କରିଛନ୍ତି। ବିଷାକ୍ତ ବାୟୁ ନିଶ୍ବାସରେ ନେବା ଦ୍ବାରା ଫୁସଫୁସ୍‌ କର୍କଟ ବୃଦ୍ଧି ପାଇବ ବୋଲି ଡାକ୍ତରମାନେ କହିଛନ୍ତି। ସିଗାରେଟ୍‌ରେ ଥିବା‌ ବିଷାକ୍ତ କେମିକାଲ ତୁଳନାରେ ଦିଲ୍ଲୀର ଖରାପ ବାୟୁ ସଂସ୍ପର୍ଶରେ ଅଧିକାଂଶ ଲୋକ ଆସୁଛନ୍ତି। ଅତି କ୍ଷୁଦ୍ର ଧୂଳିକଣା ଫୁସଫୁସରେ ରହିଯାଉଛି। ଧୂଳିକଣା ଜମା ହେବାଦ୍ବାରା ଏହା ଫୁସଫୁସ କୋଷକୁ ନଷ୍ଟ କରିଥାଏ। ଫୋର୍ଟିସ ଏସକର୍ଟ‌୍‌ସ ହାର୍ଟ ଇନଷ୍ଟିଚ୍ୟୁଟ୍‌ର ବରିଷ୍ଠ ଡାକ୍ତର ଅଭି କୁମାର କହିଛନ୍ତି,ଫୁସଫୁସରେ ଧୂଳିକଣା ଜମା ହେବାଦ୍ବାରା ଏହା କର୍କଟର ଆଶଙ୍କା ବଢ଼ାଇ ଦେଇଥାଏ। ଫୁସଫୁସ କର୍କଟର ସାଧାରଣତଃ ୫୦ କିମ୍ବା ତା’ଠାରୁ ଅଧିକ ବୟସରେ ହେଉଥିବା ବେଳେ ଏବେ ପ୍ରଦୂଷଣ ଯୋଗୁଁ ଯୁବଗୋଷ୍ଠୀ ମଧ୍ୟ ଫୁସଫୁସ କର୍କଟରେ ପୀଡ଼ିତ ହେଉଛନ୍ତି।

Comments are closed.