ଓଭରଟାଇମ କରିବାକୁ ମନା କଲେ ଏୟାରଇଣ୍ଡିଆ ପାଇଲଟ

ମୁମ୍ବାଇ: ଟାଟା ଗ୍ରୁପର ଏୟାରଲାଇନ ଏୟାରଇଣ୍ଡିଆରେ ପାଇଲଟଙ୍କ ସଙ୍କଟ ବଢିବାର ଆଶଙ୍କା ଦେଖାଦେଇଛି ଓ ଯାହାଦ୍ୱାରା ଉଡାଣ ପ୍ରଭାବିତ ହୋଇପାରେ | ବାସ୍ତବରେ ଏଆରଇଣ୍ଡିଆର ପାଇଲଟମାନେ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି ଯେ ପାଇଲଟମାନେ ଓଭରଟାଇମ କରିପାରିବେ ନାହିଁ | ସେମାନେ ଅଧିକ ସମୟ ବିମାନ ଉଡାଣ କରିପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ ଲେଖିଛନ୍ତି | ପାଇଲଟଙ୍କ ପକ୍ଷରୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ ଅଛି ଯେ ମାସକୁ ୭୦ ଘଣ୍ଟା ଉଡାଣ ପାଇଲଟମାନେ କରିପାରିବେ ନାହିଁ | ତେବେ ଏୟାର ଇଣ୍ଡିଆ ପକ୍ଷରୁ ଏନେଇ କିଛି କୁହାଯାଇନାହିଁ | ଏୟାର ଇଣ୍ଡିଆର ଦୁଇଟି ପାଇଲଟ୍ ୟୁନିଅନ୍ ଦାବି କରିଛନ୍ତି ଯେ ଦୂରଗାମୀ ବିମାନ ଚଳାଇବା ପାଇଁ ବିମାନ ସେବା ପାଇଲଟଙ୍କ ଅଭାବ ରହିଛି |

ଇଣ୍ଡିଆନ୍ ପାଇଲଟ୍ସ ଗିଲ୍ଡ (ଆଇପିଜି) ଏବଂ ଇଣ୍ଡିଆନ୍ କମର୍ସିଆଲ୍ ପାଇଲଟ୍ ଆସୋସିଏସନ୍ (ଆଇସିପିଏ) ପକ୍ଷରୁ ଦାବି କରାଯାଇଛି ଯେ ଓଭରଟାଇମ ସହ ପାଇଲଟଙ୍କ ଅଭାବ ବ୍ୟତୀତ କ୍ୟାବିନ କ୍ରୁ ଓ କକପିଟ କ୍ରୁଙ୍କ ସଂଖ୍ୟା ମଧ୍ୟ ବହୁତ କମ ରହିଛି | ଏହାରି ଭିତରେ ଓଭରଟାଇମ କରିବାକୁ କୁହାଯିବା ଉଚିତ ନୁହେଁ ବୋଲି ପାଇଲଟ ସଂଘ ପକ୍ଷରୁ କୁହାଯାଇଛି | ଏୟାରଲାଇନ ଘରୋଇକରଣ ହେବାପରେ ବହୁ ସମସ୍ୟା ଦେଖାଦେଉଛି |

Comments are closed.