କ୍ଷମା ମାଗିଲେ ଏୟାର ଇଣ୍ଡିଆ ସିଇଓ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ବିମାନ ମଧ୍ୟରେ ମଦ୍ୟପ ଶଙ୍କର ମିଶ୍ରା ଜଣେ ମହିଳା ସହଯାତ୍ରୀଙ୍କ ପରିସ୍ରା କରିବା ଘଟଣାକୁ ନେଇ ବିବାଦ ଥମିବାର ନାଁ ଧରୁନି। ମହିଳାଙ୍କ ଉପରେ ପରିସ୍ରା କରିବା ଘଟଣା ପାଇଁ ଆଜି ଶଙ୍କର ମିଶ୍ରାଙ୍କୁ ପୁଲିସ୍‌ ଗିରଫ କରିଛି। ତଥାପି ବିବାଦ ବଢ଼ୁଥିବାରୁ ଏୟାର ଇଣ୍ଡିଆର ସିଇଓ କ୍ୟାମ୍ପବେଲ ୱିଲସନ ଆଜି ପୂରା ଘଟଣା ପାଇଁ କ୍ଷମା ମାଗିଛନ୍ତି।

ଏଥିସହ ବିମାନ ସେବା କମ୍ପାନୀ ପରିସ୍ରା କରିବା ଘଟଣାକୁ ଆହୁରି ଭଲ ଭାବେ ହ୍ୟାଣ୍ଡେଲ କରି ପାରିଥାଆନ୍ତା। ଉଭୟ ଆକାଶ ପଥ ଓ ସ୍ଥଳ ଭାଗରେ ଘଟଣାକୁ କମ୍ପାନୀ କର୍ତ୍ତୃପକ୍ଷ ପକ୍ଷ ସମାଧାନ କରି ପାରିଥାଆନ୍ତେ ବୋଲି ସେ କହିଛନ୍ତି। ସେହିପରି ଘଟଣା ଦିନ ଏୟାର ଇଣ୍ଡିଆର ବିମାନ ଚଳାଉଥିବା ପାଇଲଟ ଓ ୪ ଜଣ କ୍ୟାବିନ କ୍ରୁ ସଦସ୍ୟଙ୍କୁ କମ୍ପାନୀ କାର୍ଯ୍ୟାନ୍ତର କରିଛି। ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି।

Comments are closed.