ଆରଜେଡି ଛାଡ଼ିଲେ ଅହମ୍ମଦ ଅଶଫାକ କରୀମ

ଆପଣ ମୁସଲମାନଙ୍କୁ ଅଣଦେଖା କରିଛନ୍ତି। ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ଅଂଶ ଦେବା ଦୂରର କଥା, ସମ୍ମାନଜନକ ଭାବେ ଭାଗିଦାରୀ କରି ପାରି ନାହାନ୍ତି। RJD ତଥା ଲାଲୁଙ୍କ ସହ ରାଜନୀତି କରିବା ସମ୍ଭବପର ନୁହେଁ। ତେଣୁ ମୋ’ ଇସ୍ତଫା ପତ୍ର ସ୍ୱୀକାର କରନ୍ତୁ। ’ RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ନିକଟକୁ ପତ୍ର ଲେଖି ଏପରି ଭାବେ ନିଜ ଅସନ୍ତୋଷ ଝାଡ଼ିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଅହମ୍ମଦ ଅଶଫାକ କରୀମ । ଏଥିସହ ସେ ଦଳକୁ ବି ବାଏ ବାଏ କରି ଦେଇଛନ୍ତି।

ଲୋକସଭା ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ଦେଖାଦେଇଛି ହଟଚମଟ। ଦଳର ଆଗ ଧାଡ଼ିର ନେତା ଅହମ୍ମଦ ଅଶଫାକ କରୀମଙ୍କ ଇସ୍ତଫା RJDକୁ ଦେଇଛି ଶକ୍ତ ଝଟକା। ସେ ଦଳର ଜଣେ ପୁରୁଖା ନେତା ହୋଇଥିବା ବେଳେ ଏବେ ଲାଲୁଙ୍କଠୁ ଦୂରେଇ ଯାଇଛନ୍ତି । ଫଳରେ ଦଳକୁ ଏକ ବଡ଼ ଝଟକା ଲାଗିଥିବା ଆଲୋଚନା ହେଉଛି।

Comments are closed.