ଅଗ୍ନିପଥକୁ ଘୋର ବିରୋଧ, ୬୦କିଲୋମେଟର ଦୌଡିଲେ ଯୁବକ

ଉମରକୋଟ: ଅଗ୍ନିପଥ ଯୋଜନାକୁ ତୀବ୍ର ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଜଳୁଛି ନିଆଁ । ଏମିତି ପ୍ରତିବାଦ ସ୍ୱରୂପ ନବରଙ୍ଗପୁର ଜିଲ୍ଲା ଉମରକୋଟର ଜଣେ ଯୁବକ ନରେଶ ବିଶ୍ୱାସ ୬୦ କିଲୋମିଟର ଦୌଡ଼ିଛନ୍ତି ।

ସେନାରେ ନିଯୁକ୍ତି ପାଇଁ ୪ ବର୍ଷ ବଦଳରେ ୧୫ ବର୍ଷ କରିବା ସହ ସମସ୍ତ ସରକାରୀ ସୁବିଧା ମଧ୍ୟ ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି । ଅଗ୍ନିପଥ ଯୋଜନାରେ ଚଳିତ ବର୍ଷ ୪୬ ହଜାର ଅଗ୍ନିବୀର ନିଯୁକ୍ତି ପାଇବେ ।

Comments are closed.