ଦେଢ଼ ଘଣ୍ଟା ଛିଡ଼ା ହେବା ପରେ ଭୋଟ୍ ଦେଲେ ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର

ପୁରୀ: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟିଂରେ ନିଜର ମତ ସାବ୍ୟସ୍ତ କରିଛନ୍ତି ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର। ଇଭିଏମ୍ ମେସିନ ଖରାପ ହେବା ଯୋଗୁଁ ବୁଥ ବାହାରେ ଲାଇନରେ ପାଖାପାଖି ଦେଢ ଘଣ୍ଟା ଛିଡ଼ା ହେବା ପରେ ସେ ଭୋଟ ଦେଇଛନ୍ତି। ନିଜେ ଭୋଟ ଦେବା ସହ ଅନ୍ୟମାନଙ୍କୁ ମତଦାନ କରିବାକୁ ଅପିଲ କରିଛନ୍ତି।

ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର କହିଛନ୍ତି, ଦେଶକୁ ବିକଶିତ ଓ ଓଡ଼ିଶାକୁ ସଦୃଢ଼ କରିବାକୁ ଭୋଟ ଦିଅନ୍ତୁ। ଗଣତନ୍ତ୍ର ଏହି ମହାପର୍ବରେ ସମସ୍ତେ ସାମିଲ ହୋଇ ନିଜ ଅଧିକାର ସାବ୍ୟସ୍ତ କରନ୍ତୁ। ତେବେ ଇଭିଏମ୍ ତ୍ରୁଟି ଯୋଗୁଁ ଉକ୍ତ ବୁଥରେ ଭୋଟରଙ୍କୁ ଭୋଟ ଦେବାକୁ ଅଧିକ ଦେଢ଼ ଘଣ୍ଟା ଦିଆଯିବ ବୋଲି ମଧ୍ୟ ସୁନିଶ୍ଚିତ କରିଛନ୍ତି ସମ୍ବିତ ପାତ୍ର।

Comments are closed.