ନେପାଳ ପରେ ଏବେ ପାକିସ୍ତାନ, ଖାଦ୍ୟ ପାଇ ହାହାକାର

ଇସଲାମାବାଦ: ପାକିସ୍ତାନରେ ଶ୍ରୀଲଙ୍କା ପରିସ୍ଥିତି। ଘୋର ଆର୍ଥିକ ଅନଟନ ଅବସ୍ଥା ଦେଇ ଗତି କରୁଛି ପାକିସ୍ତାନରେ। ଦେଶରେ ଖାଦ୍ୟ ସଙ୍କଟର ବିକଳ ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ଖାଇବା ପାଇଁ ହାହାର ପରିସ୍ଥିତିରେ ପହଞ୍ଚିଲେଣି। ଲୋକଙ୍କୁ ଖାଇବା ପାଇଁ ମିଳୁନାହିଁ । ରୁଟି ପାଇଁ ଲୋକଙ୍କ ମଧ୍ୟରେ ମାର୍‌ପିଟ୍‌ ହେଉଛି । ସରକାରଙ୍କ ଦ୍ୱାରା ବଣ୍ଟା ଯାଉଥିବା ଗହମ କି ଅଟା ବସ୍ତା ପାଇଁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତି। ଗୋଟିଏ ଅଟା ବସ୍ତା ପାଇଁ ପାକିସ୍ତାନରେ ପୁରୁଷ ଲୋକଙ୍କ କଥା ଛାଡନ୍ତୁ ମହିଳାମାନେ ମଧ୍ୟ ଧସ୍ତା ଧସ୍ତି ହୋଇ ଏହାକୁ ଛଡାଇ ନେଉଛନ୍ତି ।

କାଙ୍ଗାଳ ହୋଇଥିବା ପାକିସ୍ତାନର ବିକଳ ଚିତ୍ର ଏବେ ଦେଖିବା ପାଇଁ ମିଳୁଛି । ଚେଇନା ପାକିସ୍ତାନ ଭିତରେ ରାସ୍ତା ତିଆରି କରିଛି । ଗଦର ବନ୍ଦରକୁ ରାସ୍ତା ପାଇଁ ଏପରି କରାଯାଇଛି । ଚାଇନା ସହ ଅନ୍ୟ ଦେଶମାନଙ୍କ ଠାରୁ ଋଣ ନେଇ ପାକିସ୍ତାନ ଏକ ପ୍ରକାର ବୁଡିଯାଇଛି । ମାତ୍ର ପାକିସ୍ତାନର ଦୁର୍ନୀତି ଗ୍ରସ୍ତ ନେତା, ଲେନା ଅଧିକାରୀ ଏବଂ ସରକାରୀ ଅଧିକାରୀଙ୍କ ପାଖରେ ବିପୁଳ ଟଙ୍କା ।

Comments are closed.