ମୋଦୀଙ୍କ ବୟାନ ପରେ ଟିପ୍ପଣୀ ରଖିଲେ କେସିଆରଙ୍କ ପୁଅ

ବିଜେପି ଓ ବିଆରଏସ୍‌ କଳି ଦିନକୁ ଦିନ ଘନେଇବାରେ ଲାଗିଛି। ୨୦୨୦ ହାଇଦ୍ରାବାଦ ପୌରପାଳିକା ନିର୍ବାଚନ ପରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ମିଶିବାକୁ ଚାହୁଁଥିଲେ ବି କେସିଆର କରିଥିବା କର୍ମ ପାଇଁ ସେ ତାଙ୍କ ସହ ହାତ ମିଳାଇବାକୁ ମନା କରି ଦେଇଥିଲେ ବୋଲି ଗତକାଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ଖଣ୍ଡନ କରି ବିଜେପିକୁ ଟାର୍ଗେଟ କରିଛନ୍ତି କେସିଆରଙ୍କ ପୁଅ କେ.ଟି ରାମାରାଓ।

କେସିଆର ଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ଲଗାଇଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ସେ ଜଣେ ଫିଲ୍ମ ପାଇଁ ଜଣେ ଭଲ ସଂଳାପ ଲେଖକ ହୋଇ ପାରିବେ ବୋଲି କହିଛନ୍ତି କେଟି ରାମାରାଓ। ଏପରିକି ଭଲ ଗପ ଲେଖି ସେ ଓସ୍କାର ଜିତି ପାରିବେ ବୋଲି କହି ସେ ପାଲଟା ଆକ୍ରମଣ କରିଛନ୍ତି।

ଏଥିସହ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଜଣେ ବଡ଼ ମିଛୁଆ ହୋଇଥିବା ବେଳେ ବିଜେପି ହେଉଛି ସବୁଠୁ ବଡ଼ ମିଛ ଫ୍ୟାକ୍ଟ୍ରି। ଆମକୁ କ’ଣ ପାଗଳା କୁକୁର କାମୁଡ଼ିଛି ଯେ ଆମେ NDAରେ ସାମିଲ ହେବାକୁ ମନ ବଳାଇବୁ। NDAରେ ସାମିଲ ହୋଇଥିବା ଦଳମାନେ ସତ ଜାଣିପାରି ଏବେ ସେଠାରୁ ମୁହଁ ଫେରାଉଛନ୍ତି। ଶିବସେନା, ଜେଡିୟୁ, ଶିରୋମଣି ଅକାଳି ଦଳ NDAରୁ ମୁହଁ ଫେରାଇ ନେଲେଣି। ତେଣୁ ଏବେ ସିବିଆଇ, ଇଡି, ଆଇଟି ଡିପାଟମେଣ୍ଟ ବ୍ୟତୀତ ତୁମ ପାଖରେ କିଏ ଅଛନ୍ତି ବୋଲି ବିଜେପିକୁ ପଚାରିଛନ୍ତି କେଟି ଆର ରାମାରାଓ ।

Comments are closed.