କେରଳ ପରେ ଏବେ ମହାରାଷ୍ଟ୍ରରେ କରୋନା ନୂଆ ଭାଇରସ JN.1 ୯ ନୂଆ ରୋଗୀ ଚିହ୍ନଟ

ପୁଣି ଚିନ୍ତା ବଢ଼ାଇଲାଣି କରୋନା। ଦିନକୁ ଦିନ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଏହାରି ଭିତରେ କରୋନାର ନୂଆ ଭାରିଏଣ୍ଟ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି। କେରଳ ପରେ ଏବେ ମହାରାଷ୍ଟ୍ରରେ ପଶିଛି କୋଭିଡ-୧୯ର ସବ୍‌-ଭାରିଏଣ୍ଟ ଜେଏନ୍‌.୧। ୯ ଜଣ ଏହି ସବ୍‌ ଭାରିଏଣ୍ଟରରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହାକୁ ନେଇ ଏବେ ସରକାରଙ୍କ ଚିନ୍ତା ବଢ଼ି ଯାଇଛି।

ରବିବାର ମହାରାଷ୍ଟ୍ରରେ କରୋନାରେ ସଂକ୍ରମିତ ୫୦ଟି ନୂଆ ମାମଲା ସାମ୍ନାକୁ ଆସିଥିଲା। ଏହି ନୂଆ ମାମାଲା ମଧ୍ୟରୁ ଜେଏନ୍‌.୧ ସବ୍‌ଭାରିଏଣ୍ଟରେ ୯ ଜଣ ବ୍ୟକ୍ତି ସଂକ୍ରମିତ ହୋଇଥିବା ଯାଞ୍ଚ ପରେ ଜଣାପଡିଛି। ମହାରାଷ୍ଟ୍ରର ଥାଣେରେ ୫ ଜଣ, ପୁଣେରୁ ୨ ଜଣ, ପୁଣେର ଓକୋଲା ସହର ଓ ସିନ୍ଧୁଦୁର୍ଗରୁ ଜଣେ ଲେଖାଏଁ ଜେଏନ୍‌.୧ ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହାକୁ ମିଶାଇ ମହାରାଷ୍ଟ୍ରରେ ନୂଆ ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି। ସମସ୍ତ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସମସ୍ତଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି।

Comments are closed.