ଭୟଙ୍କର ବିମାନ ଦୁର୍ଘଟଣା, ଆହତ ମହିଳା ପାଇଲଟ
ପୁଣେ : ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ରେ ମହାରାଷ୍ଟ୍ରର ପୁଣେ ଜିଲାର ଇନ୍ଦପୁର ତାଲୁକା ଅନ୍ତର୍ଗତ କଦବନୱାଡି ଗ୍ରାମରେ ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ୨୨ ବର୍ଷୀୟ ମହିଳା ପାଇଲଟ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ବିମାନଟି ଦୁଇ ଫାଳ ହୋଇ ଯାଇଛି।
ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। କୁହାଯାଉଛି ଯେ ବିମାନଟି ଚାଷଜମିରେ ପଡ଼ିବା ସମୟରେ କୃଷକମାନେ କାମ କରୁଥିଲେ। ଲୋକମାନେ କହିଛନ୍ତି ଯେ ଦୁର୍ଘଟଣା ପରେ ସେଠାରେ କାର୍ଯ୍ୟ କରୁଥିବା କୃଷକମାନେ ଭୟଭୀତ ହୋଇ ଦୌଡ଼ି ପଳାଇଥିଲେ।
ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) କହିଛନ୍ତି ଯେ ପ୍ରଶିକ୍ଷକ ପାଇଲଟଙ୍କ ନାମ ଭାବିକା ରାଥୋଡ ସେ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
Comments are closed.