କଣ ଲେଖାଥିଲା ଆଡଭାନୀଙ୍କ ଚିଠି, ଯାହାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛି କଂଗ୍ରେସ

ଦେଶର ନିର୍ବାଚନ କମିଶନର ଓ ଅନ୍ୟ କମିଶନରମାନଙ୍କୁ ନିଯୁକ୍ତି ଦେବା ପାଇଁ ଗଠିତ କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ ଦେବାକୁ କେନ୍ଦ୍ର ସରକାର ବିଲ୍‌ ଆଣିଛନ୍ତି। ଏହି ବିଲ୍‌କୁ କଂଗ୍ରେସ ବିରୋଧ କରୁଥିବା ବେଳେ ବିଜେପି କିନ୍ତୁ ଏହାର ଓକିଲାତି କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରିବା ଉଦ୍ଦେଶ୍ୟ ରଖି କଂଗ୍ରେସ ବିଲକୁ ନେଇ ନାଟକ କରୁଥିବା ବିଜେପି କହିଛି।

ତେବେ କଂଗ୍ରେସ ଏହାକୁ କାଉଣ୍ଟର କରି ନିର୍ବାଚନ ବର୍ଷରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ନିର୍ବାଚନ କମିଶନକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଅଭିଯୋଗ କରିଛି। ଏଥିସହ ଦଳ ବିଜେପି ଭେଟରାନ ଏଲକେ ଆଡଭାନୀଙ୍କ ଗୋଟିଏ ଚିଠି ଦେଖାଇ ବିଜେପିକୁ ଟାର୍ଗେଟ କରିଛି।

୨୦୧୨ରେ ଆଡଭାନୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଲେଖିଥିବା ଚିଠିକୁ କଂଗ୍ରେସ ନେତା ଜୟରାମ ରମେଶ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଏଥିରେ ଆଡଭାନୀ ବିଭିନ୍ନ ସାମ୍ବିଧାନିକ ସଂସ୍ଥାରେ ନିଯୁକ୍ତି ନିର୍ଦ୍ଦଳୀୟ ଢାଞ୍ଚାରେ ହେବା ଦରକାର। ଏହାଦ୍ୱାରା ପକ୍ଷପାତିତା ଆଶଙ୍କା ରହିବ ନାହିଁ ବୋଲି କହିଥିଲେ।

Comments are closed.