ଆଧାର, ପ୍ୟାନ କାର୍ଡକୁ ନେଇ ବଡ ଖବର, ଜାଣନ୍ତୁ କ’ଣ

ଭୁବନେଶ୍ୱର : ଜୁଲାଇ ୧ ଅର୍ଥାତ୍‌ ଶୁକ୍ରବାରଠାରୁ ଆୟକର ନିୟମରେ କେତେକ ପରିବର୍ତନ ଆସିବାକୁ ଯାଉଛି । ଏସବୁ ପରିବର୍ତିତ ନିୟମ ଯୋଗୁ ଟିକସଦାତାମାନେ ପ୍ରଭାବିତ ହେବାରେ ସମ୍ଭାବନା ରହିଛି ।

ଜୁଲାଇ ୧ ପରଠାରୁ ଯେଉଁମାନେ ପ୍ୟାନ୍‌-ଆଧାର ଲିଙ୍କ୍‌ କରିବେ ସେମାନଙ୍କୁ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ପୂର୍ବରୁ ଜୁନ୍‌ ୩୦ ସୁଦ୍ଧା ଏଥିପାଇଁ ୫୦୦ ଟଙ୍କାର ଜେରେିମାନା ଦେବାକୁ ପଡୁଥିଲା । ସରକାର ପୂର୍ବରୂ ପ୍ୟାନ୍‌ ଆଧାର ଲିଙ୍କ୍‌ର ଶେଷ ତାରିଖ ବାରମ୍ବାର ବଢାଇବା ପରେ ଗତ ମାର୍ଚ୍ଚ ୩୧ ପରେ ଆଉ ଶେଷ ତାରିଖ ବଢାଇ ନ ଥିଲେ । ମାର୍ଚ୍ଚ ୩୧ରୁ ୩୦ ମଧ୍ୟରେ ମଧ୍ୟରେ ଯେଉଁମାନେ ପ୍ୟାନ୍‌-ଆଧାର ଲିଙ୍କ କରୁଥିଲେ ସେମାନଙ୍କୁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡୁଥିଲା । କିନ୍ତୁ ୩୧ରୁ ଜୁନ ୩୦ମଧ୍ୟରେ ଯେଉଁମାନେ ପ୍ୟାନ୍‌-ଆଧାର ଲିଙ୍କ୍‌ କରୁଥିଲେ ସେମାନଙ୍କୁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡୁଥିଲା । କିନ୍ତୁ  ଆସନ୍ତା କାଲି ଅର୍ଥାତ୍‌ ଜୁଲାଇ ୧ରୁ ଯିଏ ପ୍ୟାନ-ଆଧାର ଲିଙ୍କ କରିବ ସେମାନଙ୍କୁ ପ୍ରଥମେ ୧୦୦୦ ଟଙ୍କା  ଦେବାକୁ ହେବ ଓ ତାପରେ  ଲିଙ୍କ୍‌ କରିପାରିବେ ।

Comments are closed.