ରାହୁଲ ଗାନ୍ଧିଙ୍କ ଅଭିଯୋଗ ପରେ ସ୍ପଷ୍ଟୀକରଣ ଦେଲା ଆଦାନୀ

ନୂଆଦିଲ୍ଲୀ : ସେଲ କମ୍ପାନି ଜରିଆରେ ଆଦାନି ଗ୍ରୁପ୍ ୨୦,୦୦୦ କୋଟି ଟଙ୍କା ଅର୍ଜନ କରିଥିବା ନେଇ ରାହୁଲ ଗାନ୍ଧିଙ୍କ ଅଭିଯୋଗ ଉପରେ ସୋମବାର ଏହି କମ୍ପାନି ଏକପ୍ରକାର ସ୍ପଷ୍ଟୀକରଣ ରଖିଛି। ୨୦୧୯ ମସିହାରୁ ଆଦାନି ଗ୍ରୁପ କମ୍ପାନିର ଅଂଶଧନ ବିକ୍ରି କରି କିଭଳି ୨୮୭ କୋଟି ଡଲାର ପାଇଛି ଏବଂ ପରେ ୨୫୫ କୋଟି ଡଲାର ପୁନଃ ବ୍ୟବସାୟରେ ଖଟାଯାଇଛି ତାହାର ସୂଚନା ଦେଇଛି।

ଆଦାନି ଗ୍ରୁପ୍‌ର କହିବା ଅନୁସାରେ, ଆବୁଧାବିର ଗ୍ଲୋବାଲ ଷ୍ଟ୍ରାଟେଜିକ୍ ଇନ୍‌ଭେ‌ଷ୍ଟମେଣ୍ଟ କମ୍ପାନି, ଇଣ୍ଟରନ୍ୟାସନାଲ ହୋଲ୍‌ଡିଂ କମ୍ପାନି ପିଜେଏସ୍‌ସି (ଆଇଏଚ୍‌ସି) ପରି ନିବେଶକମାନେ ଆଦାନି ଏଣ୍ଟରପ୍ରାଇଜେସ୍ ଲିମିଟେଡ୍‌ ଏବଂ ଆଦାନି ଗ୍ରିନ ଏନର୍ଜି ଲିମିଟେଡ ପରି ଗ୍ରୁପ୍‌ କମ୍ପାନିଗୁଡ଼ିକରେ ୨୫୯.୩ କୋଟି ଡଲାର ନିବେଶ କରିଥିଲେ। ପ୍ରମୋଟରମାନେ ଆଦାନି ଗ୍ରିନ ଏନର୍ଜି ଲିମିଟେଡ୍ (ଏଜିଇଏଲ୍‌) ଓ ଆଦାନି ଟୋଟାଲ ଗ୍ୟାସ୍ ଲିମିଟେଡ୍‌ରେ ଥିବା ଅଂଶଧନ ବିକ୍ରି କରି ୨୭୮.୩ କୋଟି ଡଲାର ପାଇଥିଲେ।

ନୂଆ ବ୍ୟବସାୟକୁ ବଢ଼ାଇବା ପାଇଁ ଏବଂ ଆଦାନି ଏଣ୍ଟରପ୍ରାଇଜେସ୍ ଲିମିଟେଡ୍, ଆଦାନି ପୋର୍ଟସ ଓ ସ୍ପେସାଲ ଇକୋନମିକ୍ ଜୋନ୍‌ ଲିମିଟେଡ୍, ଆଦାନି ଟ୍ରାନ୍ସମିସନ ଲିମିଟେଡ୍ ଓ ଆଦାନି ପାୱାର ଲିମିଟେଡ୍ ପ୍ରଭୃତିରେ ଏହି ଟଙ୍କା ପ୍ରମୋଟରମାନଙ୍କ ଦ୍ବାରା ପୁନଃନିବେଶ କରାଯାଇଥିଲା।

Comments are closed.