ଆଦାନୀ ମାମଲା, ଅମିତ ଶାହା କହିଲେ ଭୁଲ କଲେ କ୍ଷମା ନାହିଁ

0

ନୂଆଦିଲ୍ଲୀ: ଏ ଘଟଣା ତଦନ୍ତ କରିବା ଲାଗି ସୁପ୍ରିମ୍‌ କ‌ୋର୍ଟ କମିଟି ଗଠନ କରି ସାରିଛନ୍ତି ଏବଂ ଲୋକେ ବିଚାର ବ୍ୟବସ୍ଥା ଉପରେ ଆସ୍ଥା ରଖିବା ଉଚିତ ବୋଲି ଶୁକ୍ରବାର ଦିନ ଆଦାନି ବିବାଦ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ‘ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌ ୨୦୨୩’ରେ କହିଛନ୍ତି।

ସୂଚନାଯୋଗ୍ୟ, ଆଦାନି ଏଣ୍ଟର୍‌ପ୍ରାଇଜ୍‌ ବିରୋଧରେ ହିଣ୍ଡେନ୍‌ବର୍ଗ ରିପୋର୍ଟରେ ଆଗତ କରାଯାଇଥିବା ଅଭିଯୋଗଗୁଡ଼ିକର ତଦନ୍ତ ଲାଗି ମିଳିତ ସଂସଦୀୟ କମିଟି ପାଇଁ କଂଗ୍ରେସ ଦାବି କରି ଆସୁଛି।

ଆଦାନିଙ୍କ ବିରୋଧରେ ଅଭିଯୋଗ ଏବଂ ଆଦାନି ଓ ମୋଦୀ ସରକାରଙ୍କ ମଧ୍ୟରେ ଗୁପ୍ତ ରାଜିନାମା ସଂକ୍ରାନ୍ତରେ ପଚରା ଯିବାରୁ ଶାହ କହିଲେ ଯେ, ଏ ପ୍ରସଙ୍ଗର ଆମ ସରକାର ସହିତ କୌଣସି ସମ୍ପୃକ୍ତି ବା ଅନିଶ୍ଚିତତା ନାହିଁ। ଘଟଣା ତଦନ୍ତ କରିବା ଲାଗି ସୁପ୍ରିମ୍‌ କୋର୍ଟ କମିଟି ଗଠନ କରିଛନ୍ତି ଏବଂ ଜନସାଧାରଣ ବିଚାର ବ୍ୟବସ୍ଥା ଉପରେ ଆସ୍ଥା ରଖିବା ଉଚିତ।

Leave A Reply

Your email address will not be published.