୪ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତି ଆପଣେଛନ୍ତି ରାଜ୍ୟ ସରକାର । ଆଉ ୪ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର । ୨ ସରକାରୀ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ଆଉ ୨ ଜଣଙ୍କର ପେନସନ ସ୍ଥାୟୀଭାବେ ବନ୍ଦ କରାଯାଇଛି ।

ତେବେ ମୟୁରଭଞ୍ଜ ଖୁଣ୍ଟା ବ୍ଲକର ଏସଇଓ ବଳରାମ ସୁନାଙ୍କ ଚାକିରିରୁ ବହିଷ୍କୃତ କରାଯାଇଛି । ସେହିପରି ଅନୁଗୁଳ ଆଠମଲ୍ଲିକର ଷ୍ଟାଟିଷ୍ଟିକାଲ ଆସିଟାଣ୍ଟ ବସନ୍ତ ସାହୁ ଚାକିରିରୁ ବରଖାସ୍ତ ହୋଇଛନ୍ତି । ଭୁବନେଶ୍ୱର ବିଇଡିର ପୂର୍ବତନ ଡିଜିଏମ ଦାମୋଦର ଦାସଙ୍କ ପେନସନ ବନ୍ଦ ହୋଇଛି । ଏହା ସହ ଅବସରପ୍ରାପ୍ତ ଏଏସଆଇ ଜଗନ୍ନାଥ ରାଓଙ୍କ ପେନସନ ବନ୍ଦ ହୋଇଛି । ବର୍ଷକରେ ୧୧୭ ଜଣ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ପଦକ୍ଷେପ ନିଆସରିଛି ।

Comments are closed.