ଭୟଙ୍କର ଦୁର୍ଘଟଣା, ୫ ମୃତ

ରାଜସ୍ଥାନ : ରାଜସ୍ଥାନ ସ୍ଥିତ ଜାଲୋର ଜିଲାର ଆହୋର ଉପଖଣ୍ଡରେ ମଙ୍ଗଳବାର ସକାଳେ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। କାର-ଟ୍ରକ ଧକ୍କା ହୋଇ ପାଞ୍ଚ ଜଣଙ୍କ ଜୀବନ ଚାଲି ଯାଇଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଛନ୍ତି।
ସୂଚନାନୁଯାୟୀ, ଆହୋରରୁ ତଖତଗଡ ଦେଇ ଯାଇଥିବା ୩୨୫ ନମ୍ବର ଜାତୀୟ ରାଜପଥରେ ଉକ୍ତ କାରଟି ତଖତଗଡରୁ ଚରଲୀ ଆହୋର ଆସୁଥିଲା। ସେହି ସମୟରେ ଆହୋର ନିକଟରେ ରାସ୍ତା କଡରେ ଏକ ଟ୍ରକ ଠିଆ ହୋଇଥିଲା। କାରଟି ଦ୍ରୁତ ଗତିରେ ଥିଲା। ଫଳରେ ଅନିୟନ୍ତ୍ରିତ ହୋଇ ଟ୍ରକ ସହ ଧକ୍କା ହୋଇଥିଲା। ଏହାସହ କାରରେ ଥିବା ୫ ଜଣ ଯାତ୍ରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ପ୍ରଥମେ ଘଟଣା ବିଷୟରେ ପୁଲିସକୁ ଖବର ଦେଇଥିଲେ।  ପୁଲିସ ତଦନ୍ତ ଜାରି ରଖିଛି।

Comments are closed.