ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ଚାରି ଜୀବନ
ବାରାବଙ୍କୀ : ଉତ୍ତରପ୍ରଦେଶ ସଫଦରଗଞ୍ଜ ଥାନା ଅର୍ନ୍ତଗତ ପହ୍ଲରୀ ଗାଁ ନିକଟରେ ଲଖନଉ-ଅଯୋଧ୍ୟା ହାଇୱେରେ ବୁଧବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଅଯୋଧ୍ୟା ପଟରୁ ଏକ କାରରେ ଯାତ୍ରୀ ଆସୁଥିବା ସମୟରେ ଚାଳକର ଆଖି ଲାଗି ଯିବାରୁ ଡିଭାଇଡର ପାର ହୋଇ ଭୁଲ ପାଶ୍ୱର୍କୁ କାରଟି ପଳାଇ ଆସିଥିଲା। ଏହି ସମୟରେ ଲଖନଉ ପଟରୁ ଦ୍ରୁତ ଗତିରେ ଆସୁଥିବା କଣ୍ଟେନର କାରଟିକୁ ପଛପଟୁ ଖୁବ ଜୋରରେ ଧକ୍କା ଦେଇଥିଲା। ଫଳରେ କାରରେ ଥିବା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନେ ଲଖନଉ ଠାକୁରଗଞ୍ଜ ନିବାସୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଧକ୍କା ପରେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରତ ହୋଇଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଅନେକ ସମୟ ଚେଷ୍ଟା କରିବା ପରେ ଗାଡି କଟାଯାଇ ମୃତଦେହ ଉଦ୍ଧାର କରିଥିଲେ। ଦୁର୍ଘଟଣା ପରେ କଣ୍ଟେନର ଚାଳକ ଫେରାର ହୋଇଛ ଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Comments are closed.