ମମତା ବାନାର୍ଜୀଙ୍କ ଭଣଜାଙ୍କ ଘରେ ସିବିଆଇ

କୋଲକତା : କୋଇଲା ଦୁର୍ନୀତି ମାମଲାରେ ମଙ୍ଗଳବାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ) ଟିମ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ତଥା ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିଛି। ଏହି ଦୁର୍ନୀତି ସମ୍ପର୍କରେ ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କ ବିବୃତ୍ତି ରେକର୍ଡ କରାଯାଇଛି। ଏହି ମାମଲାରେ ଅଭିଷେକଙ୍କୁ ପୂର୍ବରୁ ପଚଚରାଉଚରା କରାଯାଇଛି। ଏହି ସ୍କାମକୁ ଦୀର୍ଘ ସମୟ ଧରି ସିବିଆଇ ଏବଂ ଇଡି ଦ୍ୱାରା ଅନୁସନ୍ଧାନ କରାଯାଉଛି।

Comments are closed.