ଅବଦୁଲ ରହିମ ରାଥର ହେଲେ ଜମ୍ମୁ-କଶ୍ମୀର ବିଧାନସଭାର ସ୍ପିକର
ଜମ୍ମୁ କଶ୍ମୀରର ବିଧାନସଭା ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ନ୍ୟାଶନାଲ କନଫରେନ୍ସର ବରିଷ୍ଠ ନେତା ତଥା ଚାର-ଇ-ସରିଫ ବିଧାୟକ ଅବଦୁଲ ରହିମ ରାଥର ଜମ୍ମୁ କଶ୍ମୀର ବିଧାନସଭାର ନୂତନ ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ସେ ସାତଥର ବିଧାୟକ ରହି ସାରିଛନ୍ତି। ଅତୀତରେ ଜମ୍ମୁ କଶ୍ମୀରର ଅର୍ଥମନ୍ତ୍ରୀ ମଧ୍ୟ ରହିଆସିଛନ୍ତି।
Comments are closed.