ଆଉ ହେବନି ଅନୁପ୍ରବେଶ

ବନ୍ଦ ହେବ ଅନୁପ୍ରବେଶ। ଆଉ ମିଆଁମାରରୁ ଭାରତକୁ ଆସିପାରିବେନି ଅନୁପ୍ରବେଶକାରୀ। ଭାରତ-ମିଆଁମାର ସୀମାରେ ଲାଗିବ ତାରବାଡ଼। ଆଜି ଏଭଳି କିଛି ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଦୁଇ ଦେଶ ମଧ୍ୟରେ ସହଜ ଗମନାଗମନକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯିବ।

ଖବର ଅନୁଯାୟୀ, ଗତ ତିନି ମାସ ମଧ୍ୟରେ ପ୍ରାୟ ୬୦୦ ମିଆଁମାର ସୈନିକ ସୀମା ଡେଇଁ ଭାରତକୁ ଆସିଛନ୍ତି। ପଶ୍ଚିମ ମିଆଁମାର ଆରାକାନ ଆର୍ମି ନାମକ ଏକ ଗୋଷ୍ଠୀ ସୈନିକମାନଙ୍କ ଶିବିରକୁ କବ୍‌ଜା କରିବା ପରେ ସେମାନେ ମିଜୋରାମର ଲଙ୍ଗଟଲାଇ ଜିଲାରେ ଆଶ୍ରୟ ନେଇଛନ୍ତି।

ଏବେ ସୀମାରେ ତାରବାଡ଼ ଲଗାଇ ଭାରତ ଦୁଇ ଦେଶ ମଧ୍ୟରେ ଥିବା ମୁକ୍ତ ଯାତାୟାତ ବ୍ୟବସ୍ଥାକୁ ସମାପ୍ତ କରିବ। ଏଥିସହ ସୀମା ଅଞ୍ଚଳରେ ରହୁଥିବା ଲୋକଙ୍କୁ ଅନ୍ୟ ଦେଶରେ ପ୍ରବେଶ କରିବା ପାଇଁ ଭିସା ବାଧ୍ୟତାମୂଳକ ହେବ।

୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ମାଗଣା ଯାତାୟାତ ବ୍ୟବସ୍ଥା (ଏଫଏମଆର) କାର୍ଯ୍ୟକାରୀ କରାଯାଇଥିଲା। ଏହା ଅଧୀନରେ ଲୋକଙ୍କୁ କୌଣସି ଅସୁବିଧା ବିନା ଦୁଇ ଦେଶ ମଧ୍ୟରେ ୧୬ କିଲୋମିଟର ପର୍ଯ୍ୟନ୍ତ ଯିବାକୁ ଅନୁମତି ଦିଆଯାଇଥିଲା। ଏବେ ଏହି ବ୍ୟବସ୍ଥା ସମାପ୍ତ ହେବା ପରେ ସୀମାରେ ରହୁଥିବା ଲୋକଙ୍କୁ ଯାତ୍ରା ପାଇଁ ଭିସା ଆବଶ୍ୟକ ହେବ। ସରକାର ବେଆଇନ ଇମିଗ୍ରେଶନ ବନ୍ଦ କରିବା ସହ ଉତ୍ତର ପୂର୍ବ ଭାରତରେ ଡ୍ରଗ୍ସ ଏବଂ ଅନୁପ୍ରବେଶ ବନ୍ଦ କରିବାକୁ ଚାହୁଁଛନ୍ତି।

 

Comments are closed.