ଘରେ ସୁଖ ଶାନ୍ତି ବଜାୟ ରଖିବ ଆଲମାରୀ

ଭୁବନେଶ୍ୱର: ଘରେ ସୁଖଶାନ୍ତି ବଜାୟ ରଖିବା ପାଇଁ ସର୍ବଦା ନିଜ ଘରର ବାସ୍ତୁଶାସ୍ତ୍ର ଉପରେ ଧ୍ୟାନ ରଖିବା ନିଆତି ଜରୁରୀ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଯଦି ସଠିକ ଦିଗରେ ଟଙ୍କା, ସୁନା, ଗହଣା ଇତ୍ୟାଦି ନରଖାଯାଏ ତେବେ ଘରରେ ଲକ୍ଷ୍ମୀଙ୍କ ବାସ ହୁଏ ନାହିଁ । ତେଣୁ ସର୍ବଦା ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ଆସନ୍ତୁ ଜାଣିବା ଆମ ଘରର ଆଲମାରିରେ କେଉଁ ସବୁ ଜିନିଷ କେଉଁ ଜାଗାରେ ରଖିବା ଉଚିତ?

* ବାସ୍ତୁଶାସ୍ତ୍ର ଅନୁଯାୟୀ, ଉତ୍ତର ଦିଗ ହେଉଛି ଭଗବାନ କୁବେରଙ୍କର ଆବାସସ୍ଥଳୀ। ତେଣୁ ଏହି ଦିଗରେ ଆଲମାରୀ ରଖିବା ଶୁଭ ହୋଇଥାଏ।

* ଆଲମାରୀକୁ କେବେ ବି ଖାଲି ରଖିବା ଠିକ୍‌ ନୁହେଁ। ସେଥିରେ ଅଳ୍ପ କିଛି ହେଉ ପଛକେ ଟଙ୍କା ରଖିବା ଦରକାର। ତା’ସହିତ ଭଗବାନ ଗଣେଶ ଓ ମାତା ଲକ୍ଷ୍ମୀଙ୍କର ଫଟୋ ହେଉ କିମ୍ବା ମୂର୍ତ୍ତି ଅଥବା ରୁପାର ଏକ ଛୋଟ କଳସକୁ ଆଲମାରୀରେ ରଖିବା ଶୁଭଫଳ ଦେଇଥାଏ।

* ଧ୍ୟାନ ରଖିବେ, ଆଲମାରୀ ଯେଉଁ ଘରେ ଅଛି ସେହି ଘରେ ଯେପରି ଗୋଟିଏ ପ୍ରବେଶ ଦ୍ୱାର ଥିବ, ସେ ପୁଣି ଦୁଇଫାଳ ହୋଇ ଖୋଲୁଥିବ; ଯଦ୍ଦ୍ବାରା ଘରେ ଅଯଥା ଖର୍ଚ୍ଚ ଆଉ ବେଶି ହେବନି।

* ଯେଉଁ ଆଲମାରୀର ଗୋଡ଼ ନ ଥାଏ, ସେଥିରେ ଟଙ୍କା, ପଇସା ରଖିବା ଠିକ୍‌ ନୁହେଁ।

* ଆଲମାରୀରେ କୁବେର ଯନ୍ତ୍ର ହେଉ ଅବା କିଛି ରୁପା କଏନ୍‌ ରଖିବା ବି ଶୁଭ ହୋଇଥାଏ।

* ଆଲମାରୀ ଥାକରେ ନାଲି ହେଉ ଅବା ସୁନେଲି ରଙ୍ଗର କପଡ଼ା ପକାଇବା ଶୁଭ। କାରଣ ଏହି ଦୁଇଟି ରଙ୍ଗ ମାତା ଲକ୍ଷ୍ମୀଙ୍କର ଭାରି ପ୍ରିୟ।

Comments are closed.