ଗୁରୁବାର ଦିଲ୍ଲୀ ବିଧାନସଭାରେ ଅନାସ୍ଥା ଭୋଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଅପରେଶନ ଲୋଟସ୍‌ ଚର୍ଚ୍ଚାକୁ ଆସିବା ପରେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବିଧାନସଭାରେ ନିଜ ସରକାର ବିପକ୍ଷରେ ଅନାସ୍ଥା ଭୋଟ୍‌ ଆଣିଛନ୍ତି । ସୋମବାର ଏହି ଭୋଟ ହେବ। ନିଜ ଦଳର କୌଣସି ବିଧାୟକ ଦଳ ବଦଳ କରିନଥିବା ସେ ପ୍ରମାଣ କରିବାକୁ ଚାହାନ୍ତି ବୋଲି କେଜ୍ରିୱାଲ କହିଛନ୍ତି । ଆଜି ଏ ସମ୍ପର୍କରେ ବିଧାନସଭାରେ ଏକ ସ୍ୱତନ୍ତ୍ର ଅଧିବେଶନରେ ଏହା ଘୋଷଣା କରିଛନ୍ତି କେଜ୍ରିୱାଲ। କେଜ୍ରିୱାଲ ଆହୁରି କହିଛନ୍ତି ଯେ, ବିଧାନସଭାରେ ଅନାସ୍ଥା ଭୋଟ ଅଣାଯିବ। ସେଥିରେ ଦିଲ୍ଲୀବାସୀ କାହାକୁ ଭୋଟ ଦେଇଛନ୍ତି ସ୍ପଷ୍ଟ ହୋଇଯିବ।

ବିଜେପିର ଅପରେଶନ ଲୋଟସ ଏବେ ଦିଲ୍ଲୀରେ ଖିଚିଡ଼ି ମୁଡରେ ଅଛି। ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ଥିବାରୁ ବିଜେପି ଆପ ବିରୋଧରେ ସିବିଆଇ ଏବଂ ଇଡି ଲଗାଇ ଦେଇଛି। ସେହପରି ସିବିଆଇ ସିସୋଦିଆଙ୍କ ବିପକ୍ଷରେ ଟଙ୍କାଟିଏର ବି ଦୁର୍ନୀତି ଗନ୍ଧ ପାଇବ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ବର୍ତ୍ତମାନ ଦିଲ୍ଲୀ ସରକାରକୁ ହଟାଇବାକୁ ଚେଷ୍ଟା କରୁଛି ବିଜେପି ।

Comments are closed.