ଶରତ ପାୱାରଙ୍କୁ ଝଟକା

ଏନ୍‌ସିପି ବନାମ ଏନ୍‌ସିପି। କିଏ ପ୍ରକୃତ ତାକୁ ନେଇ ମହାରାଷ୍ଟ୍ରରେ ଦାଦା ପୁତୁରାଙ୍କ ମଧ୍ୟରେ ଜାରି ରହିଛି ଲଢ଼େଇ। ଏହାର ଭିତରେ ବରିଷ୍ଠ ଏନ୍‌ସିପି ନେତା ଶରଦ ପାଓ୍ୱାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ଝଟ୍‌କା। ମଙ୍ଗଳବାର ଏନ୍‌ସିପିର ନିର୍ବାଚନୀ ଚିହ୍ନ ‘ଘଣ୍ଟା’କୁ ବ୍ୟବହାର କରିବାକୁ ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ କହିବା ମୁତାବକ, ‘ଘଣ୍ଟା’ ଚିହ୍ନକୁ କେବଳ ଅଜିତ ପାଓ୍ୱାରଙ୍କ ଦଳ ହିଁ ବ୍ୟବହାର କରିପାରିବେ। ଏନସିପି ଶରଦଚନ୍ଦ୍ର ପାୱାର ନାମରେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୁପ୍ରିମକୋର୍ଟ ଶରଦ ଦଳକୁ ଅନୁମତି ଦେଇଛନ୍ତି। ଏଥିସହ ନିର୍ବାଚନୀ ଚିହ୍ନ ରୂପେ ଟ୍ରମ୍ପେଟ୍‌ ତଥା ତୂରୀ ବ୍ୟବହାର କରିବାକୁ କୋର୍ଟ ସ୍ୱୀକୃତି ଦେଇଛନ୍ତି।

Comments are closed.