ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ପାଖ ଘର

0

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁ ହୁତୁ ହୋଇ ଜଳି ଉଠିଲା ରାଜଧାନୀ ଇମ୍ଫାଲରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ସରକାରୀ ଆବାସ। ପାଖରେ ଥିବା ଏକ ଖାଲି ଘର। ଶନିବାର ସଂଧ୍ୟାରେ ଏପରି ଘଟଣା ଘଟିଛି। ଏଥିରେ ଜଣେ ପୂର୍ବତନ ଆଇଏଏସ ଅଧିକାରୀଙ୍କ ଘର ଜଳି ଯାଇଥିବା ସୂଚନା ମିଳିଛି।

ପୋଲିସ ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଥିବା ଏହି ଖାଲି ଘର ଗୋଆର ପୂର୍ବତନ ମୁଖ୍ୟ ସଚିବ ଥାଙ୍ଗଖୋପାଓ କିପଗେନଙ୍କର। ପୂର୍ବତନ ଆଇଏଏସ ଅଧିକାରୀ କିପଗେନଙ୍କ ୩ ମାର୍ଚ୍ଚ ୨୦୦୫ ରେ ମୃତ୍ୟୁ ହୋଇଥିଲା। ତାଙ୍କ ପରିବାର ସଦସ୍ୟ ଏହି ଘରେ ରହୁଥିଲେ। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।

Leave A Reply

Your email address will not be published.