ସାମ୍ନାକୁ ଆସିଲା ଟ୍ରମ୍ପଙ୍କ କାନରେ ଗୁଳିମାଡ ସମୟର ଫଟୋ । ଜାଣନ୍ତୁ ଆକ୍ରମଣ ପାଇଁ ବ୍ୟବହାର ହୋଇଥିଲା କେଉଁ ବନ୍ଧୁକ

ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉରରେ ଆକ୍ରମଣ ଘଟଣା ସାରା ବିଶ୍ୱକୁ ଚକ୍କିତ କରିଦେଇଛି । ଡୋଲାଲ୍ଡ ଟ୍ରମ୍ପଙ୍କ ଡାହଣ କାନରେ ଗୁଳି ବାଜିଛି । ବହୁ ଚତୁରତାର ସହ ଆକ୍ରମଣ କରାଯାଇଥିଲେ ବି ଭାଗ୍ୟବସତଃ ଟ୍ରମ୍ପ ଏହି ଆକ୍ରମଣରୁ ବଞ୍ଚିଯାଇଛନ୍ତି । ତେବେ ଏହାରିଭିତରେ ସାମ୍ନାକୁ ଆସିଛି ଏକ ଫଟୋ । ଯେଉଁଥିରେ ସ୍ପଷ୍ଟ ଭାବେ ଗୁଳି ଟ୍ରମ୍ପଙ୍କ କାନରେ ବାଜିଥିବାର ଚିତ୍ର ସାମ୍ନାକୁ ଆସିଛି ।

ସେପଟେ ସିକ୍ରେଟ୍ ସର୍ଭିସ ଅନୁସାରେ, ଟ୍ରମ୍ପଙ୍କ ଉପରେ ଆକ୍ରମଣ ପାଇଁ ବ୍ୟବହାର ହୋଇଥିଲା ଏଆର୍-୧୫ ରାଇଫଲ । ଏହା ଏକ ସେମି ଅଟୋମେଟିକ୍ ରାଇଫଲ ଅଟେ । ଗୁଳି ଚାଳନା କରିଥିବା ଅପରାଧୀ ଟ୍ରମ୍ପଙ୍କ ଷ୍ଟେଜଠାରୁ ମାତ୍ର ୪୦୦ ମିଟର ଦୁର ଏକ ବିଲ୍ଡିଂର ଛାତ ଉପରେ ଥିଲା । କୁହାଯାଉଛି କି, ସୁଟର ଜଣକ ପେନସିଲଭାନିଆର ଜଣେ ଯୁବକ ଥିଲା । ଯାହାକୁ ସିକ୍ରେଟ୍ ସର୍ଭିସ ଘଟଣାସ୍ଥଳରେ ହିଁ ତାକୁ ହତ୍ୟା କରାଯାଇଛି ।

Comments are closed.