ତୁରନ୍ତ ବଙ୍ଗଳା ଖାଲି କରିବାକୁ ମହୁଆଙ୍କୁ ଆସିଲା ନୋଟିସ

ନୂଆଦିଲ୍ଲୀ,: ତୃଳଭୂଳ କଂଗ୍ରେସ (ଟିଏମସି) ନେତା ମହୁଆ ମୋଇତ୍ରାଙ୍କ ଅଡୁଆ ସମାପ୍ତ ହେବାର କୌଣସି ସଙ୍କେତ ଦେଉନାହିଁ। ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଏମ୍‌ପି ପଦ ହରାଇଥିବା ମହୁଆଙ୍କୁ ବର୍ତ୍ତମାନ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍‌ ଆସିଛି। ନୋଟିସରେ ଟିଏମସି ନେତା ମହୁଆଙ୍କୁ ଲୋକ ସଭା ଏମ୍‌ପି ଭାବରେ ଦିଆଯାଇଥିବା ବଙ୍ଗଳାକୁ ତୁରନ୍ତ ଖାଲି କରିବାକୁ କୁହାଯାଇଛି। ମହୁଆ ବର୍ତ୍ତମାନ ଏହି ସରକାରୀ ବଙ୍ଗଳାରେ ରହୁଛନ୍ତି।

ଇଷ୍ଟେଟ ନିର୍ଦ୍ଦେଶାଳୟ ଦ୍ୱାରା ଟିଏମସି ନେତାଙ୍କୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଯଦି ମାହୁଆ ନିଜେ ବଙ୍ଗଳା ଖାଲି ନକରନ୍ତି, ତେବେ ତାଙ୍କୁ ଏବଂ ସେଠାରେ ରହୁଥିବା ଅନ୍ୟ ଲୋକଙ୍କୁ ଘର ଭିତରୁ ବାହାର କରିଦିଆଯିବ। ସାଧାରଣତଃ ଏମ୍‌ପି ପଦ ରଦ୍ଦ ପରେ ଏମ୍‌ପିମାନଙ୍କୁ ସେମାନଙ୍କୁ ଦିଆଯାଇଥିବା ସରକାରୀ ବଙ୍ଗଳାକୁ ତୁରନ୍ତ ଖାଲି କରିବାକୁ ପଡେ।

Comments are closed.