ନନ୍ଦନକାନନକୁ ଆସିଲେ ନୂଆ ଅତିଥି, ପୁଣି ମା’ ହେଲା ସିଂହୀ ‘ବିଜଲୀ’
ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନରେ ପୁଣି ମା ହେଲା ସିଂହୀ ବିଜଲୀ। ଆଜି ସିଂହୀ ବିଜଲୀ ୪ଟି ସାବକ ଜନ୍ମ ଦେଇଥିବା ଜଣାପଡିଛି।
ବିଜଲୀ ୪ଟି ସାବକ ଜନ୍ମ ହେବା ପରେ ନନ୍ଦନକାନନରେ ସିଂହ ସଂଖ୍ୟା ୨୬କୁ ବୃଦ୍ଧି ଘଟିଛି । ଉଭୟ ମା ଓ ଶାବକ ପ୍ରାଣୀ ଉଦ୍ୟାନ ଚିକିତ୍ସାଳୟର ଫିଡିଙ୍ଗ ଚାମ୍ବରରେ ଥିବାବେଳେ ସେମାନଙ୍କୁ ସିସିଟିଭି ନଜରରେ ରଖାଯାଇଛି। ଯେପରି କୌଣସି ଅସୁବିଧା ନ ଘଟେ କତୃପକ୍ଷ ସେଥିପ୍ରତି ନଜର ରଖି୍ଥିବା କହିଛନ୍ତି।
Comments are closed.