ଆଇଏଏସ୍ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ, ୧୭ ଜିଲାପାଳ ବଦଳିଲେ
ରାଜ୍ୟ ସରକାର ଆଇଏଏସ୍ ଏବଂ ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏନେଇ ବୁଧବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୧୭ ଜଣ ଜିଲାପାଳଙ୍କୁ ବଦଳି କରାଯାଇଛି। ୨୦୦୯ ବ୍ୟାଚ୍ ଆଇଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହିତ ତାଙ୍କୁ ଓଡ଼ିଶା ପରିବାରର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ସେହିପରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଥିବା ଦିଲୀପ ରାଉତରାୟଙ୍କୁ ଭଦ୍ରକ ଜିଲାପାଳ ଭାବେ ବଦଳି କରାଯାଇଛି। ୨୦୧୧ ବ୍ୟାଚ୍ ଆଇଏଏସ୍ ଅଫିସର ତଥା ବାଲେଶ୍ୱର ଜିଲାପାଳ ଆଶିଷ ଠାକ୍ରେଙ୍କୁ
ଆଇଏଏସ୍ ଅଫିସର କଟକସ୍ଥିତ ବୋର୍ଡ ଅଫ୍ ରେଭିନ୍ୟୁର ସମ୍ପାଦକ ଭାବେ ବଦଳି କରାଯାଇଥିବାବେଳେ ନବରଙ୍ଗପୁର ଜିଲାପାଳ କମଳ ଲୋଚନ ମିଶ୍ରଙ୍କୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସ୍ଡମା) କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ୨୦୧୨ ଆଇଏଏସ୍ ଅଫିସର ତଥା ଯାଜପୁର ଜିଲାପାଳ ନିଖିଳ ପଓ୍ବନ କଲ୍ୟାଣଙ୍କୁ ସଏଲ୍ କଞ୍ଜରଭେଶନ ଓ ଓ୍ବାଟର୍ଶେଡ୍ ଡେଭଲପ୍ମେଣ୍ଟ ନିର୍ଦ୍ଦେଶକ, କଟକ ମହାନଗର ନିଗମ କମିଶନର ବିଜୟ କୁମାର ଦାଶଙ୍କୁ ଗଜପତି ଜିଲାପାଳ, ଗଜପତି ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ କେନ୍ଦ୍ରାପଡ଼ା ଜିଲାପାଳ ଏବଂ ନୟାଗଡ଼ ଜିଲାପାଳ ସ୍ବାଧାଦେବ ସିଂଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।
Comments are closed.