ଏହି ସମସ୍ୟା ଦୂର କରେ ସଜନା ଛୁଇଁ

ସଜନା ଗଛ ଏକ ଉପକାରୀ ଗଛ। ଏହାର ପତ୍ରଠୁ ଆରମ୍ଭ କରି ଛୁଇଁ ପର୍ଯ୍ୟନ୍ତ ସବୁକିଛି ସ୍ବାସ୍ଥ୍ୟ ପାଇଁ ଭାରି ଭଲ। ସଜନା ଶାଗରେ ଯେପେରି ଅନେକ ଔଷଧୀୟ ଗୁଣ ରହିଛି, ସଜନା ଛୁଇଁ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ। ସଜନା ଛୁଇଁକୁ ଆପଣ ତରକାରୀ, ଭଜା କିମ୍ବା ସୁପ୍‌ରେ ବ୍ୟବହାର କରି ଖାଇପାରିବେ। ଏହା ପାଟିକୁ ଯେତିକି ସୁଆଦିଆ ଦେହକୁ ସେତିକି ହିତ ମଧ୍ୟ। ଏହାର ବହୁ ଉପକାରୀ ଗୁଣ ରହିଛି। ଏଥିରେ ପ୍ରୋଟିନ୍‌, ଏମିନୋ ଏସିଡ୍‌, ଭିଟା କ୍ୟାରୋଟିନ୍‌ ଆଦି ଭରପୂର ମାତ୍ରାରେ ରହିଛି। କ୍ୟାଲସିୟମର ମାତ୍ରା ସଜନାଛୁଇଁରେ ସୁବଠୁ ଅଧିକ। ଯାହା ଆମ ଶରୀର ପାଇଁ ବହୁ ଲାଭଦାୟକ।

ବନ୍ଧ୍ୟାଦୋଷ ଦୂର କରେ : ଏଥିରେ ଥିବା ଜିଙ୍କ୍‌ ମହିଳାଙ୍କଠାରୁ ବନ୍ଧ୍ୟା ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ପ୍ରତିଦିନ ରୋଷେଇରେ ସଜନାଛୁଇଁ ସାମିଲ କଲେ ସନ୍ତାନ ପ୍ରାପ୍ତି ହେଉ ନ ଥିବା ମହିଳାଙ୍କ ପାଇଁ ବେଶ୍‌ ଲାଭଦାୟକ।

ହାଡ଼ ଓ ଦାନ୍ତ ମଜଭୁତ ହୁଏ : ସଜନାଛୁଇଁ ଖାଇଲେ ହାଡ଼ ଓ ଦାନ୍ତ ମଜଭୁତ ହୋଇଥାଏ। ଖାସ୍‌ କରି ଗର୍ଭବତୀ ମହିଳାଙ୍କ ପାଇଁ ସଜନାଛୁଇଁ ବହୁ ହିତକାରୀ।

ମେଦବହୁଳତା ଦୂର କରେ : ଏଥିରେ ଥିବା ଫସଫରସ ଶରୀରରୁ ଅତିରିକ୍ତ କ୍ୟାଲୋରୀ କମ୍‌ କରିବାରେ ସାହାଯ୍ୟ କରିଥାଏ। ଫଳରେ ପେଟରୁ ଚର୍ବି କମାଇବାରେ ଏହା ମହୌଷଧି ଭାବେ କାମ କରିଥାଏ।

Comments are closed.