ମୋଦିଙ୍କୁ ପ୍ରଶଂସା କଲେ ଆମେରିକାର ପ୍ରସିଦ୍ଧ ଗାୟିକା

ନୂଆଦିଲ୍ଲୀ: ରବିବାର ଦିନ ‘ବିଜେପି’ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିବା ଖୁସିରେ ପ୍ରଖ୍ୟାତ ଆଫ୍ରିକୀୟ-ଆମେରିକୀୟ ଗାୟିକା ତଥା ଅଭିନେତ୍ରୀ ମେରି ମିଲ୍‌ବେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି।

‘ଏକ୍ସ୍‌’ କରି ମେରି ମିଲ୍‌ବେନ୍‌ କହିଛନ୍ତି, ଆଜି ଭାରତରେ ଘୋଷଣା କରାଯାଇ ଥିବା ନିର୍ବାଚନ ଫଳାଫଳରେ ‘ବିଜେପି’ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ପ୍ରମୁଖ ରାଜ୍ୟରେ ବିଜୟ ହାସଲ କରିଛି। ଏହା ହେଉଛି ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପୁଳ ବିଜୟର ପ୍ରାକ୍‌-ସୂଚନା।

ସେ ଆହୁରି ମଧ୍ୟ କହିଛନ୍ତି, ସେ (ପ୍ରଧାନମନ୍ତ୍ରୀ ମୋଦୀ) ହେଉଛନ୍ତି, ‘ଇଣ୍ଡିଆ ଫାଷ୍ଟ୍‌’ ପ୍ରାର୍ଥୀ ଓ ଆମେରିକା-ଭାରତ ସମ୍ପର୍କ ନିମନ୍ତେ ସର୍ବୋତ୍ତମ ନେତା।

Comments are closed.