ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏକ ବଡ ପଦକ୍ଷେପ, ଜାଣନ୍ତୁ କଣ

ପୁରୀ: ଶ୍ରୀ ମନ୍ଦିର ଆନନ୍ଦ ବଜାରକୁ ଶୃଙ୍ଖଳିତ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଅଣ ସୁପକାରମାନେ ଏଣିକି ଆଉ ମହାପ୍ରସାଦ ଓ ଶୁଖିଲି ଭୋଗ ବିକ୍ରି କରି ପାରିବେ ନାହଁ। ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିଶୃଙ୍ଖଳା ଘଟଣା ସାମ୍ନାକୁ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ନିୟମ ଉଲଂଘନ କଲେ ଥାନାରେ ଏତଲା ଦିଆଯିବ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିରେ ଯଦି ସୁପକାରସେବାୟତ ସାମିଲ ହୁଅନ୍ତି ସୁଆର ମହାସୁଆର ନିଯୋଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ, ଏସ୍‌ପି, ଜିଲ୍ଲାପାଳ ଓ ଶ୍ରୀ ମନ୍ଦିର ସୁରକ୍ଷା ପ୍ରଶାସକ ସହ ଶ୍ରୀ ମନ୍ଦିର କମାଣ୍ଡରକୁ ଦିଆଯାଇଛି ଚିଠି।

Comments are closed.