ଲୋକାର୍ପିତ ହେଲେ ବଡ ଶିବ ମୂର୍ତ୍ତି

ଜୟପୁର : ରାଜସ୍ଥାନର ରାଜସମନ୍ଦ ଜିଲ୍ଲାର ନାଥଦ୍ବାରାରେ ନିର୍ମିତ ଭଗବାନ ଶିବଙ୍କ ଭବ୍ୟ ପ୍ରତିମାକୁ ଲୋକାର୍ପଣ କରାଯାଇଛି। ଏଥିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଯୋଗଗୁରୁ ରାମଦେବ ଯୋଗଦେଇଥିଲେ। ବିଶ୍ବର ଏହି ସର୍ବୋଚ୍ଚ ଶିବମୂର୍ତ୍ତି ନାମ ଷ୍ଟାଚ୍ୟୁ ଅଫ ବିଲିଫ୍‌ ବା ବିଶ୍ବାସ ସ୍ବରୂପମ୍‌ ରହିଛି। ଏହାର ଉଚ୍ଚତା ୩୬୯ ଫୁଟ। ୫୦ ହଜାରରୁ ଅଧିକ ଲୋକ ୧୦ ବର୍ଷ କାଳ ଉକ୍ତ ମୂର୍ତ୍ତି ନିର୍ମାଣ ପାଇଁ ସମୟ ଦେଇଛନ୍ତି। ସନ୍ଥ କୃପା ସନାତନ ସଂସ୍ଥାନ ଦ୍ବାରା ଏହାର ନିର୍ମାଣ କରାଯାଇଛି। ଲୋକାର୍ପଣ ଉତ୍ସବ ନଭେମ୍ବର ୬ ପର୍ଯ୍ୟନ୍ତ ଚାଲିବ। ଉକ୍ତ ଉତ୍ସବରେ ବିଦେଶରୁ ଅନେକ ଶ୍ରଦ୍ଧାଳୁ ‌ଯୋଗ ଦେଇଛନ୍ତି।

ନାଥଦ୍ବାରାର ଗଣେଶ ଟେକରୀରେ ନିର୍ମାଣ ହୋଇଥିବା ଏହି ପ୍ରତିମାରେ ୩୦୦୦ ଟନ ଇସ୍ପାତ ଓ ଲୁହା, ୨.୫ ଲକ୍ଷ ଘନ ଫୁଟ୍‌ର କଂକ୍ରିଟ ଓ ବାଲି ବ୍ୟବହାର ହୋଇଛି। ୨୫୦ କିମି ବେଗରେ ପବନ ବହିଲେ ମଧ୍ୟ ମୂର୍ତ୍ତି ସୁରକ୍ଷିତ ‌ରହିବ। ୨୦ କିମି ଦୂରରୁ ଭଗବାନ ଶିବଙ୍କ ମୂର୍ତ୍ତି ଦୃଶ୍ୟମାନ ହେଉଛନ୍ତି।

Comments are closed.