ଭୋଟ ଦେଲେ ରାଧାରାଣୀ

ଭୁବନେଶ୍ୱର: ବ୍ରଜରାଜନଗରର ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ନିଜର ମତ ସାବ୍ୟସ୍ତ କରିଛନ୍ତି । ବୁଥ୍‌ ନଂ ୨୦୯ ଓ.ପି.ଏମ୍‌ ବାଳିକା ଉଚ୍ଚ ବିଦ୍ୟାଳୟରେ ଭୋଟ ଦେଇଛନ୍ତି ରାଧାରାଣୀ । ଭୋଟର ମାନଙ୍କ ସହ ଧାଡିରେ ଛିଡ଼ା ହୋଇ ଉପନିର୍ବାଚନ ପାଇଁ ମତ ସାବ୍ୟସ୍ତ କରିଥିବା ଦେଖିବାକୁ ମିଳିଛି । ବ୍ରଜରାଜନଗରର ସମସ୍ତ ଭୋଟ କେନ୍ଦ୍ରରେ ଭୋଟ୍‌ ଗ୍ରହଣ ଜାରି ରହିଛି ।

ଶାନ୍ତି ଶୃଙ୍ଖଳାରେ ଭୋଟର ମାନେ ନିଜର ମତସାବ୍ୟସ୍ତ କରୁଛନ୍ତି । ସକାଳ ସାଢ଼େ ୯ଟା ସୁଦ୍ଧା ୧୧% ମତଦାନ ହୋଇଥିବା ନେଇ ସୂଚନା ମିଳିଛି । ବ୍ରଜରାଜନଗରର ୫୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯାଇଥିବା ବେଳେ ସମସ୍ତ ବୁଥ୍‌ରେ ଇଭିଏମ୍‌ ଯୋଗେ ମତଦାନ କରାଯାଉଛି । ସବୁଠି ଶାନ୍ତିଶୃଙ୍ଖଳାରେ ଭୋଟ୍‌ ଦେଉଛନ୍ତି ଭୋଟର । ସମସ୍ତ ବୁଥରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କିଛି ବୁଥରେ ପୁଲିସ ମୁତୟନ ମଧ୍ୟ ହୋରଇଥିବା ଦେଖିବାକୁ ମିଳିଛି ।

Comments are closed.