ପ୍ରକାଶ ପାଇଲା ସିଭିଲ ସର୍ଭିସ୍ ପରୀକ୍ଷା ଫଳ: ପ୍ରଥମ ସ୍ଥାନରେ ଅଛନ୍ତି ଶ୍ରୁତି ଶର୍ମା
ନୂଆଦିଲ୍ଲୀ: ୟୁନିୟନ୍ ପବ୍ଲିକ୍ ସର୍ଭିସ କମିଶନ (ୟୁପିଏସ୍ସି) ପକ୍ଷରୁ ସିଭିଲ ସର୍ଭିସ ପରୀକ୍ଷାର ଫାଇନାଲ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ଥର ପରୀକ୍ଷାରେ ଶ୍ରୁତି ଶର୍ମା ଆଇଏଏସ୍ ଟପ୍ପର ହୋଇଛନ୍ତି। ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଙ୍କିତା ଅଗ୍ରଓ୍ଵାଲ ଓ ତୃତୀୟ ସ୍ଥାନରେ ଅଛନ୍ତି ଯାମିନୀ ସିଂଗଲ।
ପ୍ରିଲିମିନାରୀ, ମେନ୍ ଓ ଇଣ୍ଟରଭ୍ୟୁ ପରେ ଫାଇନାଲ ରେଜଲ୍ଟ ପ୍ରକାଶିତ ହୋଇଛି। ସିଭିଲ ସର୍ଭିସ (ମେନ୍) ପରୀକ୍ଷା, ୨୦୨୧ ଫଳ ମାର୍ଚ୍ଚ ୧୭ ରେ ପ୍ରକାଶ ପାଇଛି। ମେନ୍ ପରୀକ୍ଷା ପାସ୍ କରିଥିବା ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ରାଉଣ୍ଡ ପାଇଁ ଡକାଯାଇଥିଲା। ଏହି ପରୀକ୍ଷା ଏପ୍ରିଲ ୫ରୁ ମେ’ ୨୬, ୨୦୨୨ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାରେ ମୋଟ୍ ୬୮୫ ପ୍ରାର୍ଥୀ ପାସ୍ ହୋଇଛନ୍ତି।
ୟୁପିଏସ୍ସି ସିଭିଲ ସର୍ଭିସ ମେନ୍ସ ପରୀକ୍ଷା ଦେଇଥିବା ଆଶୟୀ ପ୍ରାର୍ଥୀ ଅଫିସିଆଲ ୱେବ୍ସାଇଟ୍ (upsc.gov.in)କୁ ଯାଇ ଫଳ ଚେକ୍ କରିପାରିବେ। ପରୀକ୍ଷାର୍ଥୀ ଅଫିସିଆଲ ୱେବ୍ସାଇଟ୍କୁ ଯାଇ ପିଡିଏଫ୍ରେ ନିଜ ନାଁ କିମ୍ବା ରେଜିଷ୍ଟେସନ ନମ୍ବର ଚେକ୍ କରିପାରିବେ।
Comments are closed.