ଚୋରି ହେଲା ଟମାଟ

ଗୁରୁଗ୍ରାମ: ସାଧାରଣ ଲୋକ ଏବେ ଚିନ୍ତାରେ ଏବେ ବିଭିନ୍ନ ସାମଗ୍ରୀର ଦରଦାମ ଆକାଶ ଛୁଆଁ ହୋଇଛି। ପନିପରିବା ଠାରୁ ଆରମ୍ଭ କରି ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦାମ ଆଶାତୀତ ଭାବେ ବୃଦ୍ଧି ପାଇଛି। ଲୋକମାନେ ଦର ବୃଦ୍ଧି ଯୋଗୁ ଠିକ୍‌ ପରିମାଣର ପରିବା କିଣି ପାରୁନାହାନ୍ତି। ଏସବୁ ଭିତରେ ଲେମ୍ବୁ, ଟମାଟ ଓ କ୍ୟାପସିକମ ଭଳି ପରିବା ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି।

ଗୁରୁଗ୍ରାମରେ ଥିବା ଗୋଟିଏ ପରିବା ହୋଲସେଲ ମାର୍କେଟରୁ ୧୦ ବସ୍ତା ଲେମ୍ବୁ, ୩୫ ପେଟି/କ୍ୟାରେଟ ଟମାଟୋ ଓ ୧୫ ପାଉଚ କ୍ୟାପସିକମ ଚୋରି ହୋଇଯାଇଛି। ଗୁରୁବାର ବିଳମ୍ବିତ ରାତି ଓ ଶୁକ୍ରବାର ଭୋର ସମୟ ମଧ୍ୟରେ ଏପରି ଚୋରି ହୋଇଛି।

Comments are closed.