ଆଉ ଜଣେ ଓଡ଼ିଆ ପୁଅଙ୍କୁ ଗୁରୁତ୍ଵ

ଭୁବନେଶ୍ୱର: ଓଡ଼ିଶାର ଜଷ୍ଟିସ ପ୍ରଦୀପ କୁମାର ମହାନ୍ତିଙ୍କୁ ମିଳିଛି ବଡ଼ ଦାୟିତ୍ୱ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଲୋକପାଳର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।
ଲୋକପାଳର ନ୍ୟାୟିକ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ ମହାନ୍ତି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ବର୍ତ୍ତମାନ ଲୋକପାଳର ଅଧ୍ୟକ୍ଷ ଥିବା ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେବ। ଏହାପରେ ଜଷ୍ଟିସ ମହାନ୍ତି ଅଧ୍ୟକ୍ଷ ଭାବେ କାର୍ଯ୍ୟ ଆରମ୍ଭ କରିବେ।
ଲୋକପାଳର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ ହେବା ଯାଏ ସେ ଏହି ପଦରେ ରହିବେ ବୋଲି ଆଜି ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି।

୧୯୫୫ ମସିହା ଜୁନ ୧୦ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ମହାନ୍ତି ପୂର୍ବରୁ କଟକରେ ଥିବା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓ ରାଞ୍ଚିରେ ଥିବା ନ୍ୟାଶନାଲ ୟୁନିଭର୍ସିଟି ଅଫ ଷ୍ଟଡି ଆଣ୍ଡ ରିସର୍ଚ୍ଚ ଇନ୍‌ ଲ’ରେ କୁଳପତି ଭାବେ କାର୍ଯ୍ୟ କରିଥିଲେ। ଏହାପରେ ୨୦୧୯ ମାର୍ଚ୍ଚ ୨୭ରେ ତାଙ୍କୁ ଲୋକପାଳର ନ୍ୟାୟିକ ସଦସ୍ୟ ଭାବେ ନିଯୁକ୍ତି ମିଳିଥିଲା। ଜଷ୍ଟିସ ମହାନ୍ତି ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ

Comments are closed.