ମୋଷ୍ଟ ୱାଣ୍ଟେଡ କୁଖ୍ୟାତ ମାଓବାଦୀ ସନ୍ଦୀପ ଯାଦବର ସନ୍ଦେହଜନକ ମୃତ୍ୟୁ
କୁଖ୍ୟାତ ମାଓବାଦୀ ସନ୍ଦୀପ ଯାଦବର ସନ୍ଦେହଜନକ ମୃତ୍ୟୁ। ବିହାରର ଗୟା ଅଂଚଳରେ ମୃତ୍ୟୁ ହୋଇଥିବା ସୂଚନା। ସନ୍ଦୀପ ୬ ଟି ରାଜ୍ୟପାଇଁ ମୋଷ୍ଟ ୱାଣ୍ଟେଡ ଥିଲା। ତା ଉପରେ ୮୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି। ସେ ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ଓ ବିହାରର ରାଜ୍ୟ ପ୍ରଭାରୀ ଥିଲା। ତା ନାଁରେ ୫୦୦ରୁ ଅଧିକ ଅପରାଧିକ ମାମଲା ରହିଥିଲା।
୨୫ ବର୍ଷରୁ ଅଧିଜ ସମୟ ଧରି ମାଓବାଦୀ ସଙ୍ଗଠନରେ ସକ୍ରିୟ ଥିଲା। ବିହାର, ଝରଖଣ୍ଡ, ଓଡିଶା, ଆନ୍ଧ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗରେ ତା ନାଁରେ ମାମଲା ଥିବାର ମଧ୍ୟ ସୂଚନା ରହିଛି।
Comments are closed.