ଆଇଟମ୍‌ ଡ୍ୟାନ୍ସ ପାଇଁ ଅଧିକ ଚାର୍ଜ କରନ୍ତି ମଲାଇକା

ବଲିଉଡର ଆଇଟମ କୁଇନ ଭାବେ ବେଶ ଜଣାଶୁଣା ମଲାଇକା ଅରୋରା। ସୁନ୍ଦରୀ ଏବଂ ସୁପରଫିଟ୍‌ ଅଭିନେତ୍ରୀ ଜଣକ କୌଣସି ନା କୌଣସି କାରଣ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଫଟୋ ଏବଂ ଭିଡିଓ ଜବରଦସ୍ତ ଭାବେ ଭାଇରଲ ହୋଇଥାଏ। କେବଳ ପ୍ରଫେସନାଲ ଲାଇଫ ନୁହେଁ ମଲାଇକା ନିଜ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏହାଛଡା ସୁପରହିଟ୍‌ ଆଇଟମ ନମ୍ବର ପାଇଁ ମଲାଇକା ଆରୋରା ମୋଟା ଅଙ୍କର ଫିସ୍‌ ମଧ୍ୟ ନିଅନ୍ତି। ତେବେ ମଲାଇକା ଆଇଟମ ନମ୍ବର କରିବା ପାଇଁ କେତେ ଟଙ୍କା ଚାର୍ଜ ନିଅନ୍ତି, ତାହା ହୁଏତ କୌଣସି ଫିଲ୍ମ ପାଇଁ ନିଅନ୍ତି ନାହିଁ। ତେବେ କେତେ ପଇସା ନିଅନ୍ତି, ତାହା ଜାଣନ୍ତୁ …

ରିପୋର୍ଟ ମୁତାବକ, ମଲାଇକା ଆରୋରା କୌଣସି ଆଇଟମ ନମ୍ବର ପାଇଁ ମୋଟା ଅଙ୍କର ଅର୍ଥ ନିଅନ୍ତି। ରିପୋର୍ଟ ମୁତାବକ, ଗୋଟିଏ ଆଇଟମ ନମ୍ବର କରିବା ପାଇଁ ମଲାଇକା ୧.୭୫ କୋଟି ଟଙ୍କା ଚାର୍ଜ କରନ୍ତି। ମଲାଇକା ଆଇଟମ ନମ୍ବର ପାଇଁ ଯେତିକି ଟଙ୍କା ନିଅନ୍ତି, ତା’ ଠାରୁ କମ୍‌ ଟଙ୍କା ଫିଲ୍ମର ଷ୍ଟାରକାଷ୍ଟକୁ ମିଳିଥାଏ। ମଲାଇକାଙ୍କ ନେଟ ଓ୍ଵର୍ଥ ୨୦୨୧ ସୁଦ୍ଧା ୭୩ କୋଟି ରହିଛି। ୨୦୨୨ ଶେଷ ସୁଦ୍ଧା ଏହା ୧୦୦ କୋଟି ଟପିବ ବୋଲି କୁହାଯାଉଛି।

ତା’ ଛଡା ମଲାଇବାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ମଲାଇକା ଏବଂ ଅର୍ଜୁନ ପରସ୍ପରକୁ ଡେଟ୍‌ କରୁଛନ୍ତି। ମଲାଇକା ଠାରୁ ଅର୍ଜୁନ ପାଖାପାଖି ୧୨ ବର୍ଷ ସାନ। ମଲାଇବା ଅରବାଜ ଖାନଙ୍କ ସହିତ ବ୍ରେକଅପ୍‌ କରିବା ପରେ ଅର୍ଜୁନ କପୁରଙ୍କୁ ଡେଟ୍‌ କରୁଛନ୍ତି। ଦୁହେଁ ଖୁବଶୀଘ୍ର ବିବାହ କରିବେ ବୋଲି ମଧ୍ୟ ସୂଚନା ରହିଛି।

Comments are closed.