ବଞ୍ଚିବା ପାଇଁ ସଂଘର୍ଷ
ଭୁବନେଶ୍ୱର:ଅସହ୍ୟ ତାତି ପାଇଁ ଯେତେବେଳେ ଲୋକେ ତତଲା ରାସ୍ତାରେ ତ୍ରାହି ତ୍ରାହି ଡାକି ଘରମୁହାଁ ହେଉଛନ୍ତି ସେତେବେଳେ ପେଟ ପାଇଁ ପରିଶ୍ରମ କରି ଝାଳୁଆ ଦେହରେ ବସ୍ତିର ଝୁପୁଡି ଘରକୁ ଫେରୁଛନ୍ତି ଏ ଶ୍ରମିକ ଦମ୍ପତ୍ତି । ମୁଣ୍ଡ ଉପରେ ମୁକୁଳା ଆକାଶ, ଆଉ ଆକାଶରୁ ବର୍ଷୁଛି ଅଗ୍ନି । ହେଲେ ସେସବୁକୁ ଖାତି ନକରି ଆଗେଇ ଚାଲିଛନ୍ତି ଏମାନେ । କାରଣ ସେମାନେ ଜାଣନ୍ତି ଦିନର ଟାଣଖରାକୁ ଡରିଗଲେ କି ଟଲି ନଟାଣିଲେ ରାତିରେ ଚୁଲି ଜଳିବନି । ତେଣୁ ତ ପେଟ ପାଇଁ ପ୍ଲାଷ୍ଟିକ ବସ୍ତା ଧରି ପେଡାଲମାରୁଛନ୍ତି ଏ କବାଡିବାଲା । ଜିଇଁବାର ଏହି ସଙ୍ଘର୍ଷ ଭିତରେ ଜୀବନସାଥୀକୁ ସାଥିରେ ଧରି ରାଜଧାନୀ ରାସ୍ତାରେ ଆଗେଇ ଚାଲୁଛି ଚକ । ଖରା ବଢୁଛି ହେଲେ ଖାତିର ନାହିଁ, ବୋଝ ବୁହା ହେଉଛି, ହେଲେ ସେ ବୋଝ ବାଧୁନି । କାରଣ ପାଖରେ ପରା ତୁ ଅଛୁ… ତୁ ଥିଲେ ଦୁନିଆର ସବୁ ବୋଝ ମୋ ପାଇଁ ହାଲକା ଫୁଲ, ତତଲା ଝାଞ୍ଜି ବି ମୃଦୁ ପବନ… ସତରେ ଏ ଚିତ୍ର ଭୋକ ଭିତରେ ଭଲପାଇବାର ବାର୍ତ୍ତା ଦେଉଛି ।
Comments are closed.