ମଜୁରିଆ ଭାବେ କାମ କରିବେ ସିନ୍ଧୁ
ପଟିଆଲା: ୧୯୮୮ ମସିହା ‘ରୋଡ୍ ରେଜ୍’ ମାମଲାରେ ଦୋଷୀ ସାବସ୍ତ୍ୟ ହୋଇଥିବା ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ୍ ସିଂହ ସିଦ୍ଧୁ ପଟିଆଲା ସେଣ୍ଟ୍ରାଲ୍ ଜେଲ୍ରେ କିରାଣି ଭାବେ କାର୍ଯ୍ୟ କରିବେ ବୋଲି ଜେଲ୍ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।
ଏଥିପାଇଁ ସିଦ୍ଧୁଙ୍କୁ ୩ ମାସ ତାଲିମ ଦିଆଯିବ। ଅଦାଲତର ଦୀର୍ଘ ରାୟଗୁଡ଼ିକୁ କେମିତି ସଂକ୍ଷିପ୍ତ କରିବାକୁ ପଡ଼ିବ ଏବଂ ଜେଲ୍ ରେକର୍ଡଗୁଡ଼ିକୁ କିଭଳି ସଜାଡ଼ି ରଖାଯିବ ସେ ବିଷୟରେ ସିଦ୍ଧୁଙ୍କୁ ଶିକ୍ଷା ଦିଆଯିବ।
ଜେଲ୍ ‘ମାନୁଆଲ୍’ ଅନୁସାରେ, ପ୍ରଥମ ୯୦ ଦିନ ପାଇଁ ସିଦ୍ଧୁଙ୍କୁ କୌଣସି ପ୍ରାପ୍ୟ ମିଳିବ ନାହିଁ। ତାଲିମ ଶେଷ ହେଲେ, ସେ ଦୈନିକ ୪୦ ଟଙ୍କାରୁ ୫୦ ଟଙ୍କା ପାରିଶ୍ରମିକ ପାଇବେ। ତାଙ୍କର ଦକ୍ଷତାକୁ ଆଧାର କରି ମୂଲ୍ୟାୟନ ହେବାକୁ ଥିବା ଏହି ପାରିଶ୍ରମି ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ରେ ଜମା କରାଯିବ।
Comments are closed.