ରକ୍ଷକ ସାଜିଲା ଭକ୍ଷକ

ଭୁବନେଶ୍ୱର: ରକ୍ଷକ ସାଜିଲା ଭକ୍ଷକ। ଖାକିରେ ଲାଗିଛି କଳଙ୍କର ଦାଗ। ଦୀର୍ଘ ୪ ବର୍ଷ ଧରି ଜଣେ ନାବାଳିକାଙ୍କୁ କ୍ରମାଗତ ଭାବେ ଯୌନ ନିର୍ଯାତନା ଦେଇ ଆସୁଥିବା କମିଶନରେଟ ପୁଲିସର ଜଣେ କନଷ୍ଟେବଲ ଶେଷରେ ଗିରଫ ହୋଇଛି। ମହିଳା ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା। ଆଜି ମହିଳା ଥାନା ପୁଲିସ୍ ଅଭିଯୁକ୍ତ କନଷ୍ଟେବଲ ରଜନୀକାନ୍ତ ଗମଙ୍ଗୋକୁ ଗିରଫ କରିଛି।

ରଜନୀକାନ୍ତ ନାବାଳିକାଙ୍କୁ ୧୩ ବର୍ଷ ବୟସ ବେଳଠାରୁ ଯୌନ ଶୋଷଣ କରି ଆସୁଥିଲା। ଏବେ ନାବାଳିକାଙ୍କ ବୟସ ୧୭ ବର୍ଷ। ସେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଶୁଟିଂ କରିଥିଲା। ଏହାପରେ ଏହାକୁ ଦେଖାଇ ବ୍ଲାକମେଲିଂ କରିବା ଆରମ୍ଭ କରିଥିଲା। ଭିଡିଓକୁ ସୋଶାଲ ମିଡିଆରେ ଅପଲୋଡ କରିବାର ଧମକ ଦେଇ ରଜନୀକାନ୍ତ ନାବାଳିକାଙ୍କୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା। ଏଥିସହ ଭିଡିଓ ଡିଲିଟ କରିବାକୁ ରଜୀନକାନ୍ତ ନାବାଳିକଙ୍କୁ ୫୦ ହଜାର ଟଙ୍କା ଦେବାକୁ ମଧ୍ୟ କହିଥିଲା।

Comments are closed.