30ଦିନ ପାଇଁ ବାତିଲ ହେଲା ଟ୍ରେନ, ଜାଣନ୍ତୁ କି କି ଟ୍ରେନ

ଭୁବନେଶ୍ୱର: ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି, ପୂର୍ବ ତଟ ରେଳପଥରୁ ଛାଡୁଥିବା ଏବଂ ଯାତ୍ରା ସମାପ୍ତ କରୁଥିବା ତିନି ଯୋଡ଼ା ଦୂରଗାମୀ ଟ୍ରେନ ଆଉ ଏକ ମାସ ପାଇଁ ବାତିଲ କରାଯାଉଛି ।

ଭୁବନେଶ୍ୱର ଠାରୁ ପ୍ରତ୍ୟକ ସୋମବାର ଏବଂ ଗୁରୁବାର ଦିନ ମାନଙ୍କରେ ଛାଡୁଥିବା ୧୨୮୮୦ ଭୁବନେଶ୍ୱର-ମୁମ୍ବାଇ ଏଲଟିଟି ଏକ୍ସପ୍ରେସ ଜୁନ୍ ୨୩ ତାରିଖ ପର୍ଯ୍ୟନ୍ତ ବାତିଲ୍ ରହିବ । ମୁମ୍ବାଇ ଏଲଟିଟିରୁ ପ୍ରତ୍ୟେକ ବୁଧବାର ଏବଂ ଶନିବାର ଦିନ ଛାଡୁଥିବା ୧୨୮୭୯ ମୁମ୍ବାଇ ଏଲଟିଟି- ଭୁବନେଶ୍ୱର ଏକ୍ସପ୍ରେସ ଜୁନ୍ ୧୮ ତାରିଖ ପର୍ଯ୍ୟନ୍ତ ବାତିଲ୍ ରହିବ ।

ପୁରୀ ଠାରୁ ପ୍ରତ୍ୟକ ମଙ୍ଗଳବାର ଛାଡୁଥିବା ୨୨୮୬୬ ପୁରୀ-ମୁମ୍ବାଇ ଏଲଟିଟି ଏକ୍ସପ୍ରେସ ଜୁନ୍ ୨୧ ପର୍ଯ୍ୟନ୍ତ ଏବଂ ମୁମ୍ବାଇ ଏଲଟିଟିରୁ ପ୍ରତ୍ୟେକ ଗୁରୁବାର ଛାଡୁଥିବା ୨୨୮୬୫ ମୁମ୍ବାଇ ଏଲଟିଟି-ପୁରୀ ଏକ୍ସପ୍ରେସ ଜୁନ୍ ୨୩ ପର୍ଯ୍ୟନ୍ତ ବାତିଲ୍ ରହିବ ।

Comments are closed.