ଶ୍ରୀଲଙ୍କା ରେ ତେଲ ଦର ଆକାଶ ଛୁଆଁ
କଲମ୍ବୋ: ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କା ସ୍ଥିତି ସୁଧୁରିବାର ନାଁ ଧରୁନି। ବିଦେଶୀ ପୁଞ୍ଜି ଭଣ୍ଡାରରେ ଅଭାବକୁ ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କାରେ ଆଜି ପେଟ୍ରୋଲ ଲିଟର ପିଛା ୨୪.୩ % ଓ ଡିଜେଲ ଲିଟର ପିଛା ୩୮.୪% ଟଙ୍କା ବଢ଼ିଛି। ଏପ୍ରିଲ ୧୯ ପରେ ଦ୍ୱିତୀୟ ଥର ପାଇଁ ଶ୍ରୀଲଙ୍କାରେ ଏପରି ବୃଦ୍ଧି ଦେଖାଯାଇଛି।
ବର୍ଦ୍ଧିତ ଦାମ ଲାଗୁ ହେବା ପରେ ଦେଶରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଓକଟାନହେ ୯୨ ପେଟ୍ରୋଲର ଲିଟର ପିଛା ଦାମ ୪୨୦ ଟଙ୍କାରେ ପହଞ୍ଚି ଯାଇଛି। ସେହିପରି ଡିଜେଲ ଲିଟର ପିଛା ୪୦୦ ଟଙ୍କା ହୋଇଛି। ପୂର୍ବରୁ ଶ୍ରୀଲଙ୍କାରେ ତୈଳ ଦର କେବେ ହେଲେ ଏତେ ମହଙ୍ଗା ହୋଇ ନଥିଲା। କିନ୍ତୁ ଆଜି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସବୁ ରେକର୍ଡ ଭାଙ୍ଗିଛି। ସିପିସି ପକ୍ଷରୁ କୁହାଯାଇଛି ଯେ ତୈଳ କମ୍ପାନୀଗୁଡ଼ିକ ହିଁ ପେଟ୍ରୋଲର ଲିଟର ପିଛା ଦାମ ୮୨ ଟଙ୍କା ଓ ଡିଜେଲର ଲିଟର ପିଛା ଦାମ ୧୧୧ ଟଙ୍କା ବୃଦ୍ଧି କରିଛନ୍ତି।
Comments are closed.