ମନରେଗା ଯୋଜନାରେ ମିଳିଲା କାମ

କଟକ: ଡମପଡ଼ା ବ୍ଲକ ଅଧିନ ଶିମିଳିପୁର ଗ୍ରାମପଞ୍ଚାୟତରେ ଶ୍ରମ ହରାଇ ଘରେ ବସିଥିବା ଜବ୍‍ କାର୍ଡଧାରୀ ଶ୍ରମିକମାନଙ୍କୁ ମନରେଗା ଯୋଜନାରେ କାମ ଯୋଗାଇ ଦିଆଯାଇଛି। ମଙ୍ଗଳବାର ଶିମିଳିପୁର ଗ୍ରାମଠାରୁ ବିଲିପଡ଼ା ରାସ୍ତା ପାର୍ଶ୍ବ ପାଣିନାଳ ଖନନ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ସ୍ଥାନୀୟ ସରପଞ୍ଚ ସୁକାନ୍ତ ବେହେରା ଓ ସମିତିସଭ୍ୟ ଝୁନୁ ନାୟକ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଜବ୍‍କାର୍ଡ ଧାରୀମାନଙ୍କ ଦ୍ୱାରା ସଞ୍ଚାଳିତ ମାଟିକାମକୁ ଶୁଭାରମ୍ଭ କରିଛନ୍ତି। କନିଷ୍ଠ ଯନ୍ତ୍ରୀ ସରିତା ଶତପଥିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ଗ୍ରାମ ରୋଜଗାର ସାଥୀ କେଦାରସନ ବିଶ୍ୱାଳଙ୍କ ପରିଚାଳନାରେ ଏହି କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଆଜି ମାଟି କାମରେ ୮୫ରୁ ଅଧିକ ଜବ୍‍କାର୍ଡ ଧାରୀ ପୁରୁଷ ଓ ମହିଳା ମାଟିକାମ କରୁଥିବା ବେଳେ ପ୍ରାୟ ୧୮୦୨ଶ୍ରମ ଦିବସ ସୃଷ୍ଟି କରାଯାଇ ଯୋଜନାରେ ପ୍ରାୟ ୪ଲକ୍ଷ ଟଙ୍କା ବ୍ୟୟ ହେବ ବୋଲି ସୂଚନା ମିଳିଛି।

Comments are closed.