ଭାରତ ଓ ଅମେରିବ ସମ୍ପର୍କ ଆହୁରି ସୁଦୃଢ ହେବ
ଟୋକିଓ: ଜାପାନର ଟୋକିଓଠାରେ ହେଉଥିବା କ୍ବାଡ୍ ସମ୍ମିଳନୀରେ ଯୋଗ ଦେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କାଳରେ କହିଛନ୍ତି କି ‘ଏପରି ବହୁତ କିଛି ଅଛି ଯାହା ଆମ ଦୁଇ ଦେଶ ସାଥୀ ହୋଇ କରିପାରିବେ। ମୁଁ ଭାରତ ଓ ଆମେରିକାର ସହଭାଗିତାକୁ ଅଧିକରୁ ଅଧିକ ସୁଦୃଢ଼ କରିବାକୁ ଚାହେଁ।’
ସେ ଆହୁରି ବି କହିଛନ୍ତି କି ‘ମୁଁ ବହୁତ ଖୁସି ଯେ ଭାରତରେ ଟିକା ବିତରଣ ଓ ସ୍ବଚ୍ଛ ଶକ୍ତି ପଦକ୍ଷେପକୁ ସମର୍ଥନ କରିବା ପାଇଁ ଆମେରିକା ଚୁକ୍ତିବଦ୍ଧ। କେବଳ ସେତିକି ନୁହେଁ, ଇଣ୍ଡୋ-ଆମେରିକା ଭ୍ୟାକ୍ସନ୍ ଆକ୍ସନ ପ୍ରୋଗ୍ରାମକୁ ନବୀକରଣ କରିଥିବାରୁ ମଧ୍ୟ ମୁଁ ବେଶ୍ ଆନନ୍ଦିତ।’
Comments are closed.